କିଏ ଏହି ସୁବ୍ରତ ବାଗଚୀ ? ଯିଏ ସମସ୍ତଙ୍କ ମନ କିଣିନେଲେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ

କରୋନା କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଓଡିଶା ରେ କରୋନା ର ସଫଳ ମୁକାବିଲା ପାଇଁ ସାରା ଦେଶ ଏବେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସଂଶା କରୁଛି ତେବେ ଏହି ଯୁଦ୍ଧରେ ମୁଖ୍ୟ ଯୋଦ୍ଧା ସାଜିଛନ୍ତି ସୁବ୍ରତ ବାଗଚୀ I ରାଜ୍ୟ ସରକାରଙ୍କ କୋଭିଡ-19 ମୁଖ୍ୟ ମୁଖପାତ୍ର । ଯେତେବେଳେ କରୋନା ଯୁଦ୍ଧ ର ବିଗୁଲ ବାଜିଲା କରୋନା ମୁକାବିଲା ପାଇଁ ସରକାର ତାଙ୍କୁ ମୁଖ୍ୟ ମୁଖପାତ୍ର ନିଯୁକ୍ତ କରିଥିଲେ ,ଅଚାନକ ଓଡ଼ିଶାରେ ଜଣାନଥିବା ଏହି ବ୍ୟକ୍ତି ଙ୍କୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା କିନ୍ତୁ ନିଜର ମିଠା କଥା ରେ ଏବେ ସେ ଘରେ ଘରେ ପରିଚିତ I କେତେବେଳେ ପୁରାଣ କଥା ତ ଆଉ କେତେବେଳ ବିଜ୍ଞାନ ସହିତ ଇତିହାସ ର ବଳିଷ୍ଠ ଉଦାହରଣ ଦେଇ ଲୋକଙ୍କୁ ଘରେ ବାନ୍ଧି ରଖିଛନ୍ତି ଏହି ଯୋଦ୍ଧା I 4.30 ହେଲେ ଛୁଆ ଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ସମସ୍ତେ ଟିଭି ଆଗରେ ବସିଯାଉଛନ୍ତି ତାଙ୍କ ମୁଁହ ରୁ କରୋନା ବିଷୟରେ ଶୁଣିବାକୁ I ଏବେ ସବୁଠି ଗୋଟିଏ ଚର୍ଚା କିଏ ଏହି ସୁବ୍ରତ ବାଗଚୀ ?? ତେବେ ଆସନ୍ତୁ ନଜର ପକାଇବା ତାଙ୍କ ବିଷୟରେ I ନାମ- ସୁବ୍ରତ ବାଗଚୀ ଜନ୍ମ ସ୍ଥାନ -ପଟଣାଗଡ଼ ବଲାଙ୍ଗିର ଓଡ଼ିଶା ହେଇଥିବା ବେଳେ ୩୧/୫/୧୯୫୭ ରେ ବାପା ମାଖନ ଗୋପାଳ ବାଗଚୀ ଏବଂ ମା ଲାବଣ୍ୟପ୍ରଭା ବାଗଚୀ ଙ୍କ କୋଳରେ ଜନ୍ମ ନେଇଥିଲେ ବାଗଚୀ I ସେ ବିବାହିତ ଏବଂ ତାଙ୍କ ପତ୍ନୀ ଙ୍କ ନାମ ସୁସ୍ମିତା ବାଗଚୀ I ସେ ଓଡିଶା ସରକାରଙ୍କର ରାଜ୍ୟର ଦକ୍ଷତା ଉନ୍ନୟନ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି । ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍‌ଚୀଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ । ଏପରିକି ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଥିଲା ଏହା ସହିତ ସେ ମାଇଣ୍ଡ ଟ୍ରି ନାମକ ଆଇଟି କମ୍ପାନୀ ଖୋଲିଥିଲେ I ଗତ ବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହରେ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ନିଜସ୍ୱ ହାତ ତିଆରି ଆଇଟି କମ୍ପାନି ‘ମାଇଣ୍ଡଟ୍ରି ସଙ୍କଟ ରେ ଥିଲା ଯାହାକୁ ‘ଏଲ୍ଆଣ୍ଡଟି’ ଅଧିଗ୍ରହଣ କରିବାକୁ ଉଦ୍ୟମ ଚଳାଇଥିଲା ଫଳରେ ସେ ବାଧ୍ୟ ହେଇ ନିଜ ହାତ ତିଆରି ‘ମାଇଣ୍ଡଟ୍ରି’କୁ ରକ୍ଷା କରିବା ପାଇଁ ଓଏସ୍‌ଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ I ଜୀବନ ଯୁଦ୍ଧରେ ସବୁବେଳେ ଜିତି ଆସିଥିବା ସୁବ୍ରତ ବାଗଚୀ ଆଜି କରୋନା ଯୁଦ୍ଧ ପାଇଁ ରାଜ୍ୟ ସରକାର ଙ୍କ ମୁଖ୍ୟ ଯୋଦ୍ଧା ସାଜିଛନ୍ତି ,ଆଉ ତାଙ୍କ ରଣକୌଶଳ ରେ କରୋନା ହାରିବ ଆମେ ଜିତିବା I ଏହାକୁ ଲାଇକ ଏବଂ ଶେୟାର କରି ପ୍ରତି ଓଡ଼ିଆ ଙ୍କ ପାଖରେ ପହଞ୍ଚାନ୍ତୁ ଆମ ଓଡିଶା ର ଏଭଳି ଜଣେ ମହାନ ଯୋଦ୍ଧା ଙ୍କ କାହାଣୀ I ଯାହା ପ୍ରତି ଟି ଓଡ଼ିଆ ଜାଣିବା ଦରକାର I

Leave a Reply

Your email address will not be published. Required fields are marked *