ବିଦ୍ୟୁତ କର୍ମଚାରୀ ଆଉ କରୋନା ଅସଲ ହିରୋ ଙ୍କ ପାଇଁ ପଦେ

ଏବେ ସାରା ବିଶ୍ୱ କରୋନା ସହିତ ସଂଘର୍ଷ କରୁଥିବା ବେଳେ ଓଡିଶା ରେ ମଧ୍ୟ 3ଜଣ ସଂକ୍ରମିତ ହେଇଥିବାର ଜଣାପଡିଛି I ଯେଉଁଭଳି ଭାବରେ କରୋନା ନିଜର କାୟାବିସ୍ତାର କରିଛି ଏ ମହାମୁକାବିଲା ରେ କେବଳ ଏକମାତ୍ର ବିକଳ୍ପ ଘରେ ରୁହନ୍ତୁ ,ସତର୍କ ଏବଂ ସଚେତନତା ଦ୍ୱାରା ହିଁ କରୋନା କୁ ହରେଇ ଆମେ ଜିତି ପାରିବା I ଏବେ ସମସ୍ତେ ଘରେ ବନ୍ଦୀ ,ଏ ସମୟରେ ଡାକ୍ତର /ନର୍ସ ,ପୋଲିସ ,ସାମ୍ବାଦିକ ଏବଂ ବିଦ୍ୟୁତ କର୍ମଚାରୀ ଙ୍କ କାର୍ଯ୍ୟ କୁ ଏବେ ସବୁ ମହଲ ରେ ପ୍ରସଂଶା କରାଯାଉଛି ନିହାତି ଭାବରେ ଭଲ କଥା ତେବେ ଆଜି ବିଦ୍ୟୁତ କର୍ମଚାରୀ ଙ୍କ ବିଷୟରେ କିଛି ଲେଖିବାକୁ ଇଛା ହେଲା ତେଣୁ ବାଧ୍ୟ ହେଉଛି ଲେଖିବାକୁ I ବିଶେଷ କରି ଓଡିଶା ରେ ପାଖାପାଖି 26ହଜାର ଠିକା କର୍ମଚାରୀ ଅଛନ୍ତି ଯେଉଁମାନେ ବିଭିର୍ଣ୍ଣ ଫ୍ରାଞ୍ଚାଇଜ ବା ଏଜେନ୍ସି ଦ୍ୱାରା କାମ କରୁଛନ୍ତି I ନା କେବେ ସରକାର ଙ୍କ ଦୃଷ୍ଟି ପଡିଛି ନା ବିଭାଗ ର I ହଁ କିନ୍ତୁ ଯେତେବେଳେ ଆବଶ୍ୟକ ପଡେ ଏହି ଠିକା କର୍ମଚାରୀ ନିଜ ଜୀବନ କୁ ପାଣି ଛଡାଇ ଅସଲି ହିରୋ ର ଭୂମିକା ଦେଖାଇଥାନ୍ତି I ଯାହାର ନମୁନା ଓଡିଶା ବାସି ପୂର୍ବରୁ ବହୁବାର ଦେଖିସାରିଛନ୍ତି I

ଉଦାହରଣସ୍ୱରୂପ ନିକଟରେ ଯାଇଥିବା ଫନି ମହାବାତ୍ୟା I ସାରା ଓଡ଼ିଶାରେ ଧ୍ୱସ୍ତବିଧ୍ୱସ୍ତ ହେଇପଡିଥିବା ବିଦ୍ୟୁତ କୁ ଦିନ ରାତି ଏକ କରି ଯେଉଁଭଳି ଭାବରେ ବିଦ୍ୟୁତ କର୍ମଚାରୀ ଠିକ କରିଥିଲେ ଯେତେ ବି ପ୍ରସଂଶା କଲେ କମ ହେବ I ଏପରିକି କିଛି ଠିକା କର୍ମଚାରୀ ସେମାନଙ୍କର ଜୀବନ ଦେଇ ସହିଦ ହେଇଥିଲେ I ଆଶା ରଖିଥିଲେ ନିହାତି ସରକାର ସେମାନଙ୍କ ଦୁଃଖ ଶୁଣିବେ ଫନି ପରେ କିନ୍ତୁ କିଛି ବି ସୁଧୁରିଲାନି ବରଂ ଉପହାର ସ୍ୱରୂପ ସେସୁ କୁ ଟାଟା ହାତକୁ ଟେକି ଦିଆଗଲା ଏବଂ ନେସ୍କୋ ୱେସ୍କୋ ସାଉଥ କୋ ଘରୋଇ କରଣ ପ୍ରକ୍ରିୟା ହେବାର ଚାଲିଛି I ଜୀବନ ଏବଂ ଭବିଷ୍ୟତ ଭିତରେ ଘାଣ୍ଟି ହେଉଛନ୍ତି ବିଦ୍ୟୁତ କର୍ମଚାରୀ I ନା କେବେ କେହି ଶୁଣିଛନ୍ତି ନା ସମସ୍ୟାର ସମାଧାନ କରିଛନ୍ତି I ଯେନତେନ ମାର୍ଚ୍ଚ ମାସରେ କାମ ସରିଗଲେ କମ୍ପାନୀ ବି ଭୁଲିଯାଏ କର୍ମଚାରୀ ଙ୍କୁ I ବାକି ରହିଲା ୟୁନିଅନ କଥା ,ସମସ୍ତେ ଜାଣନ୍ତି ବିଦ୍ୟୁତ ବିଭାଗ ରେ 60 ୟୁନିଅନ କାହା ସହିତ କାହାର ତାଳମେଳ ନାହିଁ କାଲି ଯେଉଁମାନେ ବିରୋଧ କରୁଥିଲେ କିଛି ନେତା ଙ୍କୁ ନିଜ ସ୍ୱାର୍ଥ ପାଇଁ ସମୟ ସମୟରେ ସାଲିସ ବି କରିନେଇଛନ୍ତି ଆଉ ବିଚାରା ବଳି ପଡୁଛନ୍ତି ଠିକା କର୍ମଚାରୀ I ଏବେ ଏ ବିପତ୍ତି ସମୟରେ ଟାଇଁ ଟାଇଁ ଖରାରେ ବି କାମ କରୁଛନ୍ତି ଏହି ଠିକା କର୍ମଚାରୀ ମାନେ ,କାହିଁକିନା ସେ ଜାଣିଛନ୍ତି ଏବେ ସମସ୍ତେ ଘରେ ଗୃହବନ୍ଦୀ ବିନା ବିଦ୍ୟୁତ ରେ 5ମିନିଟ ଅତିବାହିତ କରିବା ଭାରି କଷ୍ଟଦାୟକ I ବାଲୁଗାଁ ବିଦ୍ୟୁତ ଡିଭିଜନ ରେ ଆବଶ୍ୟକ କର୍ମଚାରୀ ଠାରୁ ବହୁ ସଂଖ୍ୟାରେ କମ ଥିବାବେଳେ ସେମାନେ ସରକାର ଙ୍କ ନିର୍ଧାରିତ ସର୍ବନିମ୍ନ ଦରମା ରୁ ବଞ୍ଚିତ ହେବା ସହିତ ପାଖାପାଖି 4ମାସର ଦରମା ପାଇନାହାନ୍ତି ଏହା ଖାଲି ବାଲୁଗାଁ କଥା ନୁହେଁ ଅଧିକାଂଶ ଡିଭିଜନ ର ଠିକା କର୍ମଚାରୀ ଙ୍କ କଥା ଏସବୁ ପରେ ବି ଦେଶର ଏ ସଙ୍କଟ ସମୟରେ ସବୁ ମାନ ଅଭିମାନ ଭୁଲି
ମାତ୍ର 5000/6000 ରେ ଠିକା/ଫ୍ରାଞ୍ଚାଇଜ ରେ କାର୍ଯ୍ୟ କରୁଥିବା ତଥା ଅବହେଳିତ କର୍ମଚାରୀ ମାନେ ନିଜ ଜୀବନ କୁ ଭୟ ନକରି ଲୋକ ଙ୍କ ସେବାରେ ଲାଗିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ I ସବୁପରେ ବି ଏ ବିଦ୍ୟୁତ କର୍ମଚାରୀ ଙ୍କ କାର୍ଯ୍ୟାନିଷ୍ଠା କୁ ହୃଦୟ ରୁ ସାଲ୍ୟୁଟI ପୂର୍ବଥର ଭଳି ଫନି ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସାଲ୍ୟୁଟ ନଦେଇ , ଖାଲି ଶୁଖିଲା ପ୍ରସଂଶା ନକରି ,ଏ ବିଜୁଳି କର୍ମଚାରୀ ମାନଙ୍କ ଭବିଷ୍ୟତ ବିଷୟରେ ଆଗାମୀ ଦିନରେ କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ଏବଂ ବିଶ୍ୱାସ I ଏମାନେ ସବୁବେଳେ ରାଜ୍ୟର ସ୍ୱାର୍ଥ କୁ ପ୍ରାଥମିକତା ଦେଇଥିବା ବେଳେ ଆଗାମୀ ଦିନରେ ସରକାର ଙ୍କ ପକ୍ଷରୁ ମଧ୍ୟ ଏମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ବିଶ୍ୱାସ I ଏହା ମୋ ବ୍ୟକ୍ତିଗତ ମତାମତ I ଯଦି ସମର୍ଥନ କରୁଛନ୍ତି ଶେୟାର କରିପାରନ୍ତି I

Leave a Reply

Your email address will not be published. Required fields are marked *