ଏପ୍ରିଲ 14 ପରେ ବଢ଼ିବନି ଲକ୍‌ଡାଉନ୍‌ ଗୁଜବରେ ବିଶ୍ୱାସ ନକରିବାକୁ ସାବଧାନ କଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ

କରୋନା ମହାମାରୀ କୁ ରୋକିବାକୁ ଏବେ ସାରା ଦେଶରେ 21 ଦିନିଆ ଲକ ଡାଉନ ଚାଲିଥିବା ବେଳେ ଏହା 21ଦିନିଆ ଅର୍ଥାତ ଏପ୍ରିଲ 14ଯାଏଁ ବଳବତ୍ତର ରହିଛି I ଏହାପରେ ଅଧିକ ଦିନ ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚା ହେଉଥିବା ବେଳେ ଏନେଇ କ୍ୟାବିନେଟ ସଚିବ ରାଜୀବ ମହୋଦୟ ଆଜି ମତାମତ ରଖିଛନ୍ତି I ତାଙ୍କ ସୂଚନା ଅନୁଯାୟୀ ସେ ଏପରି ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ
ହେଇଯାଇଛନ୍ତି ଏବଂ କହିଛନ୍ତି କି ଲକ୍ଡାଉନ୍ ବୃଦ୍ଧି କରିବାର ସେମିତି କିଛି ଯୋଜନା ହିଁ ନାହିଁ। ଏପ୍ରିଲ୍ 14 ଠାରୁ ଲକ୍ଡାଉନ୍ ର ଏକ ସମ୍ଭାବ୍ୟ ସମ୍ପ୍ରସାରଣ ବିଷୟରେ ଖବର ଆସିଛି କାରଣ ପଜିଟିଭ୍ କରୋନାଭାଇରସ୍ ସଂଖ୍ୟା ବର୍ତମାନ ସୁଦ୍ଧା ହ୍ରାସ ହେବାର ନା ଧରୁନାହିଁ I କେତେକ ରିପୋର୍ଟ ଜୁନ୍ ପର୍ଯ୍ୟନ୍ତ ଲକ୍ଡାଉନ୍ କରିବାକୁ ପରାମର୍ଶ ଦେଇଛି। ତେବେ ଏସବୁ କଳ୍ପନା ଜଳ୍ପନା କୁ ପଛରେ ପକାଇ କେନ୍ଦ୍ର କ୍ୟାବିନେଟ୍‌ ସଚିବ ନିଜର ପ୍ରତିକ୍ରିୟା ରଖିଛନ୍ତି I ସୂଚନା ଥାଉ କି ବର୍ତମାନ ସୁଦ୍ଧା ଭାରତରେ କରୋନାଭାଇରସ୍ ସଂଖ୍ୟା 1100 ରୁ ଅଧିକ ହୋଇଛି ଏବଂ ଦେଶରେ ମୃତ୍ୟୁ ସଂଖ୍ୟା 27 ରେ ପହଞ୍ଚିଛି। ସର୍ବଭାରତୀୟ ସ୍ତରରେ ଏହି ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା 33,000 ରୁ ଅଧିକ ହୋଇଛି।

Leave a Reply

Your email address will not be published. Required fields are marked *