କରୋନା ପାଇଁ ଶ୍ରୀମନ୍ଦିର ରେ ଲାଗିଛି କଟକଣା I ଭକ୍ତ ଙ୍କୁ ଶ୍ରୀମନ୍ଦିର ଭିତରରକୁ ପ୍ରବେଶ ନିଷେଧ I ଏକା ଏକା ରତ୍ନ ସିଂହାସନ ରେ ବସିଛନ୍ତି କାଳିଆ ଠାକୁର I ତେବେ ଶ୍ରମନ୍ଦିର ରେ ଦେଖିବାକୁ ମିଳିଛି ଅଘଟଣ I ଶ୍ରୀମନ୍ଦିର ର ପତିତପାବନ ନେତ ଚିରିଯାଇଛି Iଯାହାକୁ ନେଇ ଏବେ ଭକ୍ତ ମହଲ ରେ ଭୟ ଦେଖାଯାଇଛି I ପୂର୍ବରୁ ମାର୍ଚ୍ଚ 19ରେ ଚିନାରା ସେବାୟତ ଙ୍କ ଦ୍ୱାରା ମନ୍ଦିର ଉପରେ ଦିଆଯାଇଥିବା ଦୀପ ରୁ ନିଆଁ ଲାଗି ତଳ ନେତ ଜଳିଯାଇଥିଲା I ଅବଶ୍ୟ ଏନେଇ ସେବାୟତ କହିଥିଲେ କି ଏହା ପବନ ଯୋଗୁଁ ଲାଗିଯାଇଥିଲା କେହି ଭୟଭୀତ ହେବାର କିଛି ନାହିଁ ସେହିଭଳି ପୁନର୍ବାର ପତିତପାବନ ନେତ ଚିରିଯିବା ପରେ ଚୁନାର ସେବାୟତ କହିଛନ୍ତି କି ଏତେ ଉଞ୍ଚାରେ ନେତ ଉଡ଼ୁଥିବାରୁ ଏମିତି ବେଳେବେଳେ ହୁଏ ଏବଂ ଏହା ଏକ ସ୍ବାଭାବିକ ପ୍ରକ୍ରିୟା,ଏଥିରେ ଭୟଭୀତ ହେବାର କିଛି ନାହିଁ I ମହାପ୍ରଭୁ ଜଗନ୍ନାଥ ସବୁବେଳେ ଭକ୍ତ ଙ୍କ ମଙ୍ଗଳ ହିଁ କରିଥାନ୍ତି I
ପୂର୍ବରୁ ନେତ ରେ ନିଆଁ ଲାଗିଥିବା ବେଳେ ପୁଣି ପତିତପାବନ ବାନା ମଝିରୁ ଚିରିଯାଇଛି
