ଓଡ଼ିଶାରେ ପୁଣି ଜଣେ କରୋନା ଚିହ୍ନଟ ,4କୁ ବଢ଼ିଲା ସଂଖ୍ୟା ,ଚତୁର୍ଥ କରୋନା ଆକ୍ରାନ୍ତ ଙ୍କ ଘର ଭଦ୍ରକ

4TH CORONA Positive case found in odisha

ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି I ସୂଚନା ଅନୁଯାୟୀ ଆକ୍ରାନ୍ତ ଯୁବକ ଭଦ୍ରକ ଏବଂ ତାଙ୍କ ବୟସ 29ବର୍ଷ I ନିକଟରେ ସେ ଦୁବାଇ ରୁ ଫେରିଥିଲେ I ବର୍ତମାନ ସୁଦ୍ଧା ତାଙ୍କୁ ମିଶାଇ ଚାରି ଜଣ କରୋନା ସଂକ୍ରମିତ ରେ ପହଁଚିଲା ଓଡ଼ିଶାରେ I ପୂର୍ବରୁ 3ଜଣ ଙ୍କର ଚିକିତ୍ସା ଜାରି ରହିଛି I ସୂଚନା ଅନୁଯାୟୀ ଆଜି ୧୩୭ ଜଣଙ୍କର ପରୀକ୍ଷା ପାଇଁ ପଠାଇଯାଇଥିବା ବେଳେ 136 ଟି ନେଗେଟିଭ ଏବଂ ଏହି ଯୁବକ ଙ୍କର ପଜିଟିଭ ଆସିଛି I ଯୁବକ ଜଣଙ୍କ କାହା ସହିତ ମିଶିଥିଲେ ଏବଂ କେତେ ଜଣଙ୍କ ସଂସ୍ପର୍ଶ ରେ ଆସିଛନ୍ତି ସେନେଇ ଟ୍ରେସ କରାଯାଉଛି ଏବଂ ଖୁବ ଶୀଘ୍ର ସେମାନଙ୍କର ରକ୍ତ ପରୀକ୍ଷା ପରେ ଜଣାପଡିବ I ସୂଚନା ଥାଉ କି ବର୍ତମାନ ସୁଦ୍ଧା ହୁ ହୁ ହେଇ ବଢି ଚାଲିଛି, ଭାରତ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 1586 ଥିବାବେଳେ 47ଜଣ ମୃତ୍ୟୁବରଣ କରିସାରିଲେଣି I ବିଶ୍ୱରେ ଏହା 8ଲକ୍ଷ ରୁ ଉର୍ଧ ସଂକ୍ରମିତ ହେଇଥିବା ବେଳେ 40ହଜାର ମୃତ୍ୟୁ ବରଣ କରିସାରିଲେଣି I

Leave a Reply

Your email address will not be published. Required fields are marked *