ଏମାନେ ହେଉଛନ୍ତି କରୋନା ଯୁଦ୍ଧର ମୁଖ୍ୟ ସେନାନାୟକ,ହାରିବ କରୋନା ଜିତିବା ଆମେ

ସାରା ବିଶ୍ୱରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଭାରତ ମଧ୍ୟ ମହାମାରୀ ସହିତ ଲଢେଇ କରୁଛି I ତେବେ ଓଡ଼ିଶାରେ ବର୍ତମାନ ସୁଦ୍ଧା 39ଜଣ ପଜିଟିଭ ବାହାରିଥିବା ବେଳେ ଅନ୍ୟ ରାଜ୍ୟ ଅପେକ୍ଷା ଏହା ନିହାତି ଭାବରେ ନିୟନ୍ତ୍ରଣ ରେଖା ମଧ୍ୟରେ I ସାଢେ ଚାରିକୋଟି ଓଡ଼ିଆ ଲୋକଙ୍କ ପାଇଁ ପ୍ରଥମ ରୁ ଯେଭଳି ପଦକ୍ଷେପ ଗ୍ରହଣ କରାଗଲା ଅନ୍ୟ ରାଜ୍ୟ ମଧ୍ୟ ଓଡିଶା କୁ ଫଲୋ କରିବାକୁ ନିଜେ ପ୍ରଧାନମନ୍ତ୍ରୀ କହିଥିଲେ I ଅନ୍ୟ ରାଜ୍ୟରେ ମଧ୍ୟ ଓଡିଶା ର ଏହି ସ୍ୱତନ୍ତ୍ର ପଦକ୍ଷେପ କୁ ସ୍ୱାଗତ କରାଯାଉଛି I ତେବେ ଏହି ମହାମାରୀ ଯୁଦ୍ଧ ସହିତ ଲଢେଇ କରୁଥିବା ସାଢେ ଚାରି କୋଟି ଓଡ଼ିଆ ଙ୍କ ତରଫରୁ ମହା ନାୟକ ନବୀନ ସାଜିଥିବା ବେଳେ ସେନାପତି ତଥା ମୁଖ୍ୟ ଯୋଦ୍ଧା ସାଜିଛନ୍ତି ଚାରି ଜଣ ମହାନ ଯୋଦ୍ଧା I ଆସନ୍ତୁ ନଜର ପକାଇବା ସେହି ଯୋଦ୍ଧା ମାନଙ୍କ ବିଷୟରେ ସଂକ୍ଷେପ ରେ I

୧-ସୁବ୍ରତ ବାଗଚୀ:

ଓଡିଶା ରେ ଲୋକଲୋଚନ କୁ ଆସିନଥିବା ଏହି ବ୍ୟକ୍ତି ଯେତେବେଳେ ଅଚାନକ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ ପାଇଥିଲେ ସମସ୍ତେ ଚକିତ ହେଇଯାଇଥିଲେ କିଏ ଏହି ବ୍ୟକ୍ତି !

ତେବେ ମାତ୍ର କିଛି  ଦିନ ରେ ନିଜ ବୟସ ର ଅଭିଜ୍ଞତା ଏବଂ କାର୍ଯ୍ୟ ଦକ୍ଷତା ସହିତ ମିଠା ମିଠା କଥାରେ ସାରା ଓଡିଶାକୁ ବାନ୍ଧି ରଖିଲେ ଘରେ I ଏବେ 4.30 ହେଲେ ସମସ୍ତେ ଅପେକ୍ଷା କରୁଛନ୍ତି ତାଙ୍କ ମୁଁହରୁ କରୋନା ବିଷୟରେ କିଛି ଶୁଣିବାକୁ I କେତେବେଳେ ପୁରାଣ ଆଉ କେତେବେଳେ ଇତିହାସ ସହିତ ରାମାୟଣ ମହାଭାରତ ର ଉଦାହରଣ ଲୋକଙ୍କୁ ବେଶ ପ୍ରଭାବିତ କରିଛି ବାଗଚି ଙ୍କ ସରଳ ଅଭିଭାଷଣ I

୨- ଭି.କେ ପାଣ୍ଡିଆନ

l କରୋନା ଯୁଦ୍ଧର ମୁକାବିଲା ପାଇଁ ମୁଖ୍ୟ ଯୋଦ୍ଧା ସାଜିଛନ୍ତି 5 T ସଚିବ ଭି କେ ପାଣ୍ଡିଆନ I

ସମସ୍ତ ଘଟଣା କୁ ତଦାରଖ କରିବା ସହିତ ଗ୍ରାଉଣ୍ଡ ଜିରୋ ରୁ ଘଟଣା କୁ ଯାଞ୍ଚ କରୁଛନ୍ତି I

 

୩- ଅସିତ୍ ତ୍ରିପାଠୀ

,ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କ ବ୍ଲୁ ପ୍ରିଣ୍ଟ ଏବଂ ସମସ୍ତ ପଦକ୍ଷେପ କୁ ସୁଚାରୁରୂପେ ପରିଚାଳନା କରିବା ସହିତ ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଁଚି ପାରୁଛି କି ନା ,ଏବଂ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ସମସ୍ତ ଜିଲ୍ଲାପାଳ ଙ୍କ ସହିତ ଘନ ଘନ ବୈଠକ କରୁଛନ୍ତି I

୪-ନିକୁଞ୍ଜ ବିହାରୀ ଧଳ

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଙ୍କ କର୍ତବ୍ୟ ନିଷ୍ଠା ସମସ୍ତ ଓଡ଼ିଆ ବାସି ଦେଖିସାରିଛନ୍ତି ତାଙ୍କ ବିଷୟରେ ଅଧିକ କହିବା ଦରକାର ପଡ଼ିବନି I ନିଜ ପିତାଙ୍କ ଦେହାନ୍ତ ହେଇଥିଲେ ମଧ୍ୟ ରାଜ୍ୟବାସୀ ଙ୍କୁ ବଞ୍ଚାଇବାକୁ 24ଘଣ୍ଟା ରେ କର୍ତବ୍ୟ ରେ ଯୋଗ ଦେଇ ଓଡ଼ିଆ ଙ୍କ ହିରୋ ପାଲଟିଯାଇଛନ୍ତି I ଏହା ସହିତ ଡି ଏମ୍ ଇ ଟି, ଡିପିଏଚ ,ଡିଏଚଏସ,ପ୍ରତ୍ୟେକ ମନ୍ତ୍ରୀ ,ସଚିବ ମଧ୍ୟ ଏହି ଯୁଦ୍ଧର ସେନାପତି ସାଜିଛନ୍ତି I ପ୍ରତ୍ୟକ ଓଡ଼ିଆ ଜଣେ ଜଣେ ଲଢୁଆ ଯୋଦ୍ଧା ଭାବରେ କରୋନା ସହିତ ଲଢେଇ ଜାରି ରଖିଛନ୍ତି ଏବଂ ଶେଷରେ ଆମେ ହିଁ ଜିତିବା କରୋନା ହାରିବ I ଏ ପୋଷ୍ଟ କୁ ଲାଇକ
ଶେୟାର ଏବଂ କମେଣ୍ଟସ କରନ୍ତୁ ,ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ I ଅଧିକ ଖବର ପାଇଁ ଫେସବୁକ ରେ ଆମ OdishaExclusive ପେଜ୍ କୁ ଲାଇକ କରନ୍ତୁ I

 

3 Comments on “ଏମାନେ ହେଉଛନ୍ତି କରୋନା ଯୁଦ୍ଧର ମୁଖ୍ୟ ସେନାନାୟକ,ହାରିବ କରୋନା ଜିତିବା ଆମେ”

  1. Very correct… not only they are doing their level best but also have carved out a place in the heart of millions for their dedicated, selfless service.

  2. Really, Odisha take appropriate steps in time frem. All the peoples of Odisha requesting to support the Govt. Advice and safe your life as well as the country and family.

Leave a Reply

Your email address will not be published. Required fields are marked *