କମିଶନର ଙ୍କ ମିଛୁଆ-ରାଧୁଆ କୁ ନେଇ ଜୋରଦାର ଚର୍ଚ୍ଚା ,କିଏ କହୁଛି ମିଛ ??

ପୁରୀ ନିମାପଡ଼ା ବାସିନ୍ଦା ଗୁରୁ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ପୋଲିସ୍ କମିଶନରଙ୍କୁ ଟୁଇଟ୍ କରି ଜଣାଇଛନ୍ତି କି ତାଙ୍କ ଅଙ୍କଲ୍ ଙ୍କ ର ହାଇ ବ୍ଲଡ଼ ପ୍ରେସର ଏବଂ ଡାଇବେଟିସ ଅଛି।କିନ୍ତୁ ଏହି ଔଷଧ କେବଳ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଥିବା ଔଷଧ ଦୋକାନରେ ମିଳୁଛି।ଯଦି ତାଙ୍କୁ ଅନୁମତି ମିଳେ ତେବେ ସେ ନିମାପଡ଼ା ରୁ ଭୁବନେଶ୍ୱର ଆସିବେ ଔଷଧ ନେବା ପାଇଁ।

ଏହା ସହ ସେ ଔଷଧ ପ୍ରେସ୍କ୍ୟୁସନ୍ ର ଫୋଟୋ ମଧ୍ୟ ଅପଲୋଡ଼ କରିଛନ୍ତି।

ପୋଲିସ୍ କମିଶନର ଏହା ପଢି ଏହା ବିଷୟରେ ଯାଞ୍ଚ୍ କରିଥିଲେ।ସେ ମେଡ଼ିସିନ୍ ନିମାପଡ଼ାରେ ମିଳୁଛି କି ନାହିଁ ବୁଝିବାରୁ ଜାଣିବାକୁ ପାଇଲେ କି ଏହା ସେଠାରେ ଉପଲବ୍ଧ ଅଟେ।ଏହାପରେ ସେ ଟୁଇଟ୍ କରି ଏହାର ଉତ୍ତର ଦେଇଥିଲେ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମିଛ କଥା ଲେଖି ଟୁଇଟ୍ କରିବା ଏକ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସେ କହିଛନ୍ତି।

ଖାଲି ସେତିକି ନୁହେଁ ଏଭଳି ମିଛ ଲେଖି ଟୁଇଟ୍ କଲେ ଉତ୍ତରଦାୟୀ ରହିବେ ବୋଲି ସେ ସମସ୍ତଙ୍କୁ ଚେତେଇ ଦେଇଛନ୍ତି।


ଏହାର ଉତ୍ତର ରେ ଗୁରୁପ୍ରସାଦ ସାହୁ କହିଛନ୍ତି କି ସତ୍ୟାସତ୍ୟ ଯାଞ୍ଚ ନ କରି ଏପରି ଉତ୍ତର ଦେବା ବା କାହାକୁ ମିଛୁଆ କହିବା ଠିକ୍ ନୁହେଁ।ଏବଂ ସେ ଏ କଥା ମଧ୍ୟ ଲେଖିଛନ୍ତି କି ସେ ଶତ ପ୍ରତିଶତ ନିଶ୍ଚିତ କି ଉକ୍ତ ଔଷଧ ନିମାପଡ଼ାରେ ମିଳୁନାହିଁ।ଏବଂ ଆପଣ ନିଜେ ଆସି ଏହା ଯାଞ୍ଚ୍ କରନ୍ତୁ ବୋଲି କହିଛନ୍ତି

ଏହାର ଉତ୍ତର ରେ ପୋଲିସ୍ କମିଶନର କହିଛନ୍ତି କି ସେ ନିମାପଡ଼ା ପୋଲିସ୍ ଦ୍ଵାରା ଏହା ଯାଞ୍ଚ୍ କରାଇଥିଲେ।ସେଠାକାର ଅଫିସର୍ ମାନେ ଉକ୍ତ ଔଷଧ ଦୋକାନ ଯାଇ ଏହା ଯାଞ୍ଚ୍ କରିଥିଲେ ଏବଂ ଜାଣିବାକୁ ପାଇଥିଲେ କି ଏହି ଔଷଧ ସେ ଦୋକାନରେ ମିଳୁଛି।ତଥାପି ବି ପୋଲିସ୍ କମିଶନର ଏ ବିଷୟରେ ପୁରୀ ଏସପି ଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।ତେବେ ଟୁଇଟର ରେ ଗୁରୁପ୍ରସାଦ ଏବଂ କମିଶନରଙ୍କ ଜବାବ୍ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *