ବିଦ୍ୟୁତ୍ ଯୋଦ୍ଧା ଙ୍କୁ ନ୍ୟାୟ କେବେ ?

ଏବେ ସାରା ବିଶ୍ୱ କରୋନା ସହିତ ସଂଘର୍ଷ କରୁଥିବା ବେଳେ ଓଡିଶା ରେ ମଧ୍ୟ କରୋନା ପ୍ରଭାବ ଜାରି ରହିଛି I ଏ ମହା ଲଢେଇ ରେ ସମସ୍ତ ଡାକ୍ତର ,ନର୍ସ,ପୋଲିସ ,ସରକାରୀ ଅଫିସର ,ସଫେଇ କର୍ମଚାରୀ ଙ୍କୁ ହୃଦୟ ରୁ ନମସ୍କାର ତେବେ ଏମାନଙ୍କ ବ୍ୟତୀତ ଆହୁରି ବି ରହିଯାଇଛନ୍ତି ଭିର୍ଣ୍ଣ କିଛି ଯୋଦ୍ଧା I ଆଖି ଆଢୁଆଳ ରେ ଅବହେଳିତ ଭାବରେ କିନ୍ତୁ 24ଘଣ୍ଟିଆ ଅତ୍ୟାବଶ୍ୟକ ସେବା ଯୋଗାଉଛନ୍ତି ଏ ଲଢେଇ ରେ I

ଥରେ ଭାବନ୍ତୁ ତ ଆପଣ ଏବେ ଲକ ଡାଉନ ରେ ସମ୍ପୂର୍ଣ୍ଣ ଗୃହବନ୍ଦୀ ଭାବରେ ଘରେ ଅଛନ୍ତି ,ରାମାୟଣ ମହାଭାରତ ଘରେ ବସି ଦେଖୁଥିବେ କିନ୍ତୁ ଲାଇନ କଟିଯିବ ଆପଣ କାହାକୁ ଖୋଜିବେ ??

ହଁ ଆଜ୍ଞା ଆମେ କହୁଚୁ ସେହି ଭିର୍ଣ୍ଣ ଯୋଦ୍ଧା ଙ୍କ କାହାଣୀ I ବିଦ୍ୟୁତ କର୍ମଚାରୀ ଙ୍କ କଥା I

ଟାଇଁ ଟାଇଁ ଖରା କୁ ଏପଟେ କରୋନା ଭୟ କିନ୍ତୁ ନିଜ ପରିବାର କଥା ଭୁଲିଯାଇ 24ଘଣ୍ଟିଆ ସେବା ଯୋଗାଇବାରେ ଲାଗିଛନ୍ତି ଏମାନେ I ହଁ ଆପଣ କହିପାରନ୍ତି ଦରମା ନେଉଛନ୍ତି କାମ କରୁଛନ୍ତି ଅସୁବିଧା କୋଉଠି ? ଏଇଠି ହିଁ ଅସୁବିଧା i

କାର୍ଯ୍ୟ କରୁଥିବା ସମସ୍ତ ବିଦ୍ୟୁତ କର୍ମଚାରୀ ଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ଅସ୍ଥାୟୀ ପାଖାପାଖି 26 ହଜାର ଠିକା କର୍ମଚାରୀ ଅଛନ୍ତି ଯେଉଁମାନେ ବିଭିର୍ଣ୍ଣ ଫ୍ରାଞ୍ଚାଇଜ ବା ଏଜେନ୍ସି ଦ୍ୱାରା କାମ କରୁଛନ୍ତି I ନା କେବେ ସରକାର ଙ୍କ ଦୃଷ୍ଟି ପଡିଛି ନା ବିଭାଗ ର I ହଁ କିନ୍ତୁ ଯେତେବେଳେ ଆବଶ୍ୟକ ପଡେ ଏହି ଠିକା କର୍ମଚାରୀ ନିଜ ଜୀବନ କୁ ପାଣି ଛଡାଇ ଅସଲି ହିରୋ ର ଭୂମିକା ଦେଖାଇଥାନ୍ତି I ଯାହାର ନମୁନା ,ଓଡିଶା ବାସି ପୂର୍ବରୁ ବହୁବାର ଦେଖିସାରିଛନ୍ତି I

କିଛିଦିନ ତଳେ ଫନି ମହାବାତ୍ୟା ରେ ସାରା ଓଡ଼ିଶାରେ ଧ୍ୱସ୍ତବିଧ୍ୱସ୍ତ ହେଇପଡିଥିବା ବିଦ୍ୟୁତ କୁ ଦିନ ରାତି ଏକ କରି ଯେଉଁଭଳି ଭାବରେ ବିଦ୍ୟୁତ କର୍ମଚାରୀ ଠିକ କରିଥିଲେ ଯେତେ ବି ପ୍ରସଂଶା କଲେ କମ ହେବ I କେତେବେଳେ ବେକେ ପାଣି ଭିତରେ ତ ଆଉ କେତେବେଳେ ଡହଡହ ଖରା ରେ I ଏପରିକି କିଛି ଠିକା କର୍ମଚାରୀ ସେମାନଙ୍କର ଜୀବନ ଦେଇ ସହିଦ ହେଇଥିଲେ I ଆଶା ରଖିଥିଲେ ନିହାତି ସରକାର ସେମାନଙ୍କ ଦୁଃଖ ଶୁଣିବେ ଫନି ପରେ କିନ୍ତୁ କିଛି ବି ସୁଧୁରିଲାନି ବରଂ ସେସୁ କୁ ଟାଟା ହାତକୁ ଟେକି ଦିଆଗଲା ଏବଂ ନେସ୍କୋ ୱେସ୍କୋ ସାଉଥ କୋ ଘରୋଇ କରଣ ପ୍ରକ୍ରିୟା ହେବାର ଚାଲିଛି I ଜୀବନ ଏବଂ ଭବିଷ୍ୟତ ଭିତରେ ଘାଣ୍ଟି ହେଉଛନ୍ତି ଏହି ଠିକା ବିଦ୍ୟୁତ କର୍ମଚାରୀ I

ନା କେବେ କେହି ଶୁଣିଛନ୍ତି ନା ସମସ୍ୟାର ସମାଧାନ କରିଛନ୍ତି I ଯେନତେନ ମାର୍ଚ୍ଚ ମାସରେ କାମ ସରିଗଲେ କମ୍ପାନୀ ବି ଭୁଲିଯାଏ କର୍ମଚାରୀ ଙ୍କୁ I ଆପତ୍ତି କଲେ ଛଟେଇ ମିଳେ ,ରୋଜଗାର ହରାଏ କର୍ମଚାରୀ କେବଳ ଏତିକି ନୁହେଁ ଏହି ଠିକା କର୍ମଚାରି ମାନଙ୍କ ଭିତରୁ ଅଧିକାଂଶ 4ମାସ ରୁ ଉର୍ଧ ଦରମା ପାଇନାହାନ୍ତି ଏଯାଏଁ ତଥାପି ଏବେ ଏ ବିପତ୍ତି ସମୟରେ ଟାଇଁ ଟାଇଁ ଖରାରେ ବି କାମ କରୁଛନ୍ତି ଏହି ଠିକା କର୍ମଚାରୀ ମାନେ ,କାହିଁକିନା ସେମାନେ ଜାଣିଛନ୍ତି ଏବେ ସମସ୍ତେ ଘରେ ଗୃହବନ୍ଦୀ ବିନା ବିଦ୍ୟୁତ ରେ 5 ମିନିଟ ଅତିବାହିତ କରିବା ଭାରି କଷ୍ଟଦାୟକ I

ଠିକା/ଫ୍ରାଞ୍ଚାଇଜ ରେ କାର୍ଯ୍ୟ କରୁଥିବା ତଥା ଅବହେଳିତ କର୍ମଚାରୀ ମାନେ ନିଜ ଜୀବନ କୁ ଭୟ ନକରି ଲୋକ ଙ୍କ ସେବାରେ ଲାଗିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ I ସବୁପରେ ବି ଏ ବିଦ୍ୟୁତ କର୍ମଚାରୀ ଙ୍କ କାର୍ଯ୍ୟାନିଷ୍ଠା କୁ ହୃଦୟ ରୁ ସାଲ୍ୟୁଟ I ତେବେ ବେଳେବେଳେ ଅଭିମାନ କରି କୁହନ୍ତି ଏ ଶୁଖିଲା ପ୍ରସଂଶା ରୁ କଣ ମିଳୁଛି ଯେ ପେଟ ତ ପୋଡି ଯାଉଛି ଭୋକ ଉପାସ ରେ I ଏଥର କିନ୍ତୁ ସରକାର ଙ୍କୁ ନିବେଦନ ବିଜୁଳି କର୍ମଚାରୀ ମାନଙ୍କ ଭବିଷ୍ୟତ ବିଷୟରେ ଆଗାମୀ ଦିନରେ କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ଏବଂ ବିଶ୍ୱାସ I

ଏମାନେ ସବୁବେଳେ ରାଜ୍ୟର ସ୍ୱାର୍ଥ କୁ ପ୍ରାଥମିକତା ଦେଇଥିବା ବେଳେ ଆଗାମୀ ଦିନରେ ସରକାର ଙ୍କ ପକ୍ଷରୁ ମଧ୍ୟ ଏମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ବିଶ୍ୱାସ I ଗୋଟେ ଶେୟାର କରିବେ ଏହି ଭିର୍ଣ୍ଣ ଯୋଦ୍ଧା ଙ୍କ ବିଷୟରେ ସମସ୍ତଙ୍କ ପାଖରେ ପହଞ୍ଚାଇବାରେ I

Leave a Reply

Your email address will not be published. Required fields are marked *