ରାଜନୀତିରେ ପାଦ ରଖିବେ ସୁବ୍ରୋତ ବାଗଚି !!!-Viral Gossip

ପାୱାର କରିଡର ରେ ଏବେ ଏକ ପାୱାରଫୁଲ ଚର୍ଚା I ଯାହା ଶୁଣିଲେ ଆପଣ ବି ଚମକି ପଡିବେ I କୋଭିଡି -19 ର ସରକାର ଙ୍କ ମୁଖପାତ୍ର ଙ୍କୁ ନେଇ ଏବେ ଜୋରଦାର ଚର୍ଚା I କୋଭିଡି ମହାମାରୀ କୁ ନେଇ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରି ଘରେ ଘରେ ପରିଚିତ ହେଇଥିବା ମୁଖ୍ୟ ଯୋଦ୍ଧା ସୁବ୍ରୋତ ବାଗଚି କୁଆଡେ ରାଜନୀତି ରେ ପାଦ ରଖିବେ ବୋଲି ଗସିପି ଚାଲିଛି I

ମାଇଣ୍ଡ ସ୍କିଲ ଆଇଟି କମ୍ପାନୀ ପ୍ରତିଷ୍ଠାତା ତଥା ସ୍କିଲ ଓଡିଶା ର ଅଧ୍ୟକ୍ଷ ଙ୍କୁ ମହାମାରୀ ମୁଖପାତ୍ର ଭାବେ ନିଯୁକ୍ତ କରିଥିଲେ ସରକାର ,ତେବେ ସୁବ୍ରୋତ ଙ୍କ ଅତି ସୁନ୍ଦର କହିବା ଶୈଳୀ ରେ କରୋନା ସଚେତନତା ର ସେ ମୁଖ୍ୟ ଯୋଦ୍ଧା ସାଜିଥିଲେ I ତେବେ ପରେ ଏହି ଲୋକପ୍ରିୟତା ଏପରି ବଢିଥିଲା କି ସୁବ୍ରତ ଙ୍କୁ କିଛିଦିନ ଲାଇଭ ପ୍ରୋଗ୍ରାମ ରେ ଦେଖିବାକୁ ମିଳିନଥିଲା I ଏହାକୁ ନେଇ ଅନେକ ଚର୍ଚା ହେଇଥିଲା ଏପରିକି କିଛି ୱେବ ରେ ମଧ୍ୟ ପ୍ରକାଶ ପାଇଥିଲା କି ତାଙ୍କ ଲୋକପ୍ରିୟତା କୁ ନେଇ ଷଡଯନ୍ତ୍ର କରାଯାଇ କରୋନା ସଚେତନତା କାର୍ଯ୍ୟକ୍ରମ ରୁ ଦୁରେଇ ରଖାଯାଇଛି ,କିନ୍ତୁ ଏହାର କିଛିଦିନ ପରେ ସୁବ୍ରୋତ ଅଢେଇ କୋଟି ଟଙ୍କା ରାଜ୍ୟ ସରକାର ଙ୍କ ପାଣ୍ଠି କୁ ଦେଇ ଏହାକୁ ବଲାଙ୍ଗୀର ରେ ଖର୍ଚ୍ଚ କରିବାକୁ କହିଥିଲେ I ନିକଟରେ ପୁଣି ସାଢେ ସାତ କୋଟି ଦାନ ଦେଇଛନ୍ତି I

କହିବାକୁ ଗଲେ ଏହା ବୋଧହୁଏ ପ୍ରଥମ ଦାନ ଏତେ ବଡ ଆକାର ର I ସୁବ୍ରୋତ ବାଗଚି ଙ୍କ ପ୍ରତି ଲୋକଙ୍କ ସନମାନ ଏବଂ ଭଲପାଇବା ଆହୁରି ବଢ଼ିବାରେ ଲାଗିଛି I ଚର୍ଚା ହେଉଛି ଆଗାମୀ ଦିନରେ ବଲାଙ୍ଗୀର ରାଜନୀତି ରେ ପାଦ ରଖିବେ ସୁବ୍ରୋତ ବାଗଚି I ଯଦିଓ ଏହା କେବଳ ଏକ ଚର୍ଚା ତେବେ ଏମିତିରେ ଦେଖିବାକୁ ଗଲେ ବଲାଙ୍ଗୀର ସାଂସଦ ପଦ କୁ ବିଜେପି ଅକ୍ତିଆର କରିନେଇଛି 2019 ରେ I

ପୂର୍ବରୁ କଳିକେଶ ସିଂହଦେଓ ଦୁଇଥର ସାଂସଦ ହେଇଥିବା ବେଳେ ସଙ୍ଗୀତ ମଧ୍ୟ 3ଥର ସାଂସଦ ହେଇଛନ୍ତି ,ମୋଟାମୋଟି କହିବାକୁ ଗଲେ ବିଜେପି ପାଲା ଟିକେ ଅଧିକା ରହିଛି I ସୁବ୍ରୋତ ବାଗଚି ଙ୍କ ଯେଭଳି ଲୋକପ୍ରିୟତା ରହିଛି ଆଗାମୀ ଦିନରେ ବିଜେଡି ତରଫରୁ ତାଙ୍କୁ ପ୍ରାଥୀ କରାଗଲେ ବିସ୍ମିତ ହେବାର କିଛି ନାହିଁ I ତେବେ ସମୟ କହିବ ଏବେ ଚାଲିଥିବା ଚର୍ଚା ରେ କେତେ ପରିମାଣରେ ସତ ହେଉଛି ,ତେବେ ଆପଣ ଙ୍କ ମତରେ ସୁବ୍ରୋତ ବାଗଚି ରାଜନୀତି କୁ ଆସିବା ଉଚିତ କି ନାହିଁ ,କମେଣ୍ଟ କରନ୍ତୁ I

Leave a Reply

Your email address will not be published. Required fields are marked *