ଗଣମାଧ୍ୟମ ଏବେ ଲୋକଙ୍କର ନୁହେଁ ମୁଷ୍ଟିମେୟ ଲୋକଙ୍କ ମାଧ୍ୟମ ସାଜିଛି କ୍ଷୋଭ ସହିତ ଏମିତି କହିଲେ ସ୍ଵାତି

ନିକଟରେ ବିଏମସି ଏବଂ ଓଟିଭି ମଧ୍ୟରେ ଭାଇରଲ ଅଡିଓ କୁ ତୁ ତୁ ମେ ମେ ଚାଲିଥିବା ବେଳେ ଗୋଟେପଟେ ଓଟିଭି ଏବଂ ଅନ୍ୟ ପଟେ ନନ୍ଦିଘୋଷ ,କଳିଙ୍ଗ ,ନିଉଜ ସେଭନ୍,କନକ ମଧ୍ୟରେ ଯେଉଁଭଳି ଗୋହି ଖୋଳାଖୋଳି ହେଉଛନ୍ତି ମିଡ଼ିଆ କିଛି ଏକ୍ସପୋଜ ହେଉ କି ନହେଉ ମିଡ଼ିଆ ମିଡ଼ିଆ ଭିତରେ ଏକ୍ସପୋଜ ହେବାରେ ଲାଗିଛି ,ଆଉ ଯାହାର ମଜା ନେଉଛନ୍ତି ରାଜନେତା I ତେବେ ଏହାକୁ ନେଇ ଲୋକପ୍ରିୟ ସାମ୍ବାଦିକା ସ୍ଵାତି ଜେନା ଗତକାଲି ନିଜ ଫେସବୁକ ରେ ପୋଷ୍ଟ କରିଥିବା ଲେଖା କୁ ନେଇ ଜୋରଦାର ଚର୍ଚା I ଆସନ୍ତୁ ପଢିବା କଣ ସେଇ ଲେଖା ଯାହାକୁ ନେଇ ଚର୍ଚା I

ସ୍ଵାତି ଙ୍କ ଲେଖାରୁ ଉଦ୍ଧୃତ “

ବିଗତ କିଛି ଦିନ ହେଲା ଦେଖୁଛି….. ଓଡ଼ିଶା ଗଣାମାଧ୍ୟମରେ ଗୋଟେ ବିରାଟ Media Drama ଚାଲିଛି I ଏ କାଦୁଅ ଫିଙ୍ଗା ରାଜନୀତି, କେବଳ ରାଜନେତା ମାନଙ୍କୁ ହିଁ ଶୋଭା ପାଏ, ଆମ ଭଳି Professional Media Person ଙ୍କୁ ନୁହେଁ I କିଏ ଠିକ କଲା କିଏ ଭୁଲ, ତାର ତର୍ଜମା ଭିନ୍ନ କଥା I କିନ୍ତୁ ନିଜ ନିଜ ମଧରେ ଲଢ଼ି ଆମେ କଣ ପ୍ରମାଣିତ କରିବାକୁ ଚାଁହୁଛୁ ? University ରେ ପଢ଼ିଥିଲି, ଗଣମାଧ୍ୟମ, ଗଣ ଅର୍ଥାତ,ଜନତାଙ୍କ ମାଧ୍ୟମ ସାଜିବୁ ଆମେ…. I କିନ୍ତୁ ଆମେତ କିଛି ମୁଷ୍ଟିମେୟ ଲୋକଙ୍କର ମାଧ୍ୟମ ହୋଇ ରହିଗଲେଣି I

ବିଶ୍ୱାସ କରନ୍ତୁ ବନ୍ଧୁଗଣ, ଏଭଳି ସାମ୍ବାଦିକତା ପାଇଁ ଆପଣ ନିଜ whole career ରେ କେବେ ବି satisfaction ପାଇବେନି I
ହୁଏତ ନିଜ ଯୋଗ୍ୟତା ଠାରୁ ବହୁତ ଟଙ୍କା କମାଇ ପାରନ୍ତି I କିନ୍ତୁ ଏ ଭଳି ସାମ୍ବାଦିକତା କରି ଭବିଷ୍ୟତରେ ନିଜ ପିଲା ଛୁଆଙ୍କ ଠାରୁ ମୁଁହ ଲୁଚାଇବାକୁ ପଡିପାରେ ଆପଣଙ୍କୁ, କି ଆପଣ ସାମ୍ବାଦିକତା ନୁହେଁ ବରଂ ଦଲାଲି କରୁଥିଲେ.. I Facebook ର status ଆପଣଙ୍କୁ କଦାପି ପରିଚୟ ଦେବନି, ଆପଣଙ୍କ କାମ ହିଁ ଆପଣଙ୍କୁ ପରିଚୟ ଦେବ…. ନିଜକୁ ଲଜ୍ଜା ଲାଗୁଛି, ଏମିତି ଗୋଟେ ଅସ୍ୱାସ୍ଥ୍ୟକର ପରିବେଶ ଆମେ ଆମ ନିଜ ପାଇଁ ଗଢ଼ିଛେ I

କେଉଁ କଥାକୁ ନେଇ ଏତେ ଗର୍ବ ଅହଂକାର ଆମ ଭିତରେ…? କିଛି ମୁଷ୍ଟିମେୟ କ୍ଷମତା ସମ୍ପୂର୍ଣ୍ଣ ଲୋକଙ୍କ ଇସାରାରେ ଆମେ ନାଚୁଛେ I ମିଛ, ସତର ତର୍ଜମା କରିବାର କ୍ଷମତା ନାହିଁ ଆମର I ଅଧିକାର ନାହିଁ ଆମର 20 ବର୍ଷର କ୍ଷମତାସିନ ସରକାରଙ୍କୁ ଜବାବ ମାଗିବାକୁ…I ସାମର୍ଥ ନାହିଁ ଆମର…. ସରକାରଙ୍କ ଚରିତ୍ରକୁ ଚିତ୍ରଣ କରିବାର I

1. 20 ବର୍ଷର ସରକାର… ରାଜ୍ୟରେ ଗୋଟିଏ ବି ହେଲେ….ନଦୀ ବନ୍ଧ ନାହିଁ… କିନ୍ତୁ.. ଛତିଶଗଡ କଥା କହି ମହାନଦୀ ପାଇଁ ଲୁହ ଝରାଉଛନ୍ତି ସରକାର.. 2.20 ବର୍ଷର ସରକାର…. 40% ରୁ ବି ଅଧିକ ଜମିକୁ ପାଣି ନାଁହିଁ….କିନ୍ତୁ ଚାଷୀଙ୍କ ପାଇଁ କୁଆଡେ ଲୁହ ଝରୁଛି ସରକାରଙ୍କର?                                           3.20 ବର୍ଷର ସରକାର.. କିନ୍ତୁ ରାଜ୍ୟରେ 50% ଡାକ୍ତର ପଦବୀ ଖାଲି ପଡିଛି.. କିନ୍ତୁ ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଲୁହ ଝରାଉଛନ୍ତି                   4.20 ବର୍ଷର ସରକାର, କିନ୍ତୁ ଏଠାରେ ଦୈନିକ ଦୁଷ୍କର୍ମର ଶିକାର ହେଉଛନ୍ତି 4 ଜଣ ମହିଳା… କିନ୍ତୁ ମହିଳାଙ୍କ ବିକାଶ ପାଇଁ ସରକାରଙ୍କ ଲୁହ ଝରୁଛି     5.20 ବର୍ଷର ସରକାର…. କିନ୍ତୁ ଓଡ଼ିଶାର ଋଣ ଭାର 1ଲକ୍ଷ କୋଟିରୁ ବି ଅଧିକା….. କିନ୍ତୁ ରାଜ୍ୟର ବିକାଶ ପାଇଁ ଆମ ସରକାର ଖୁବ ଚିନ୍ତିତ                      6.20 ବର୍ଷର ସରକାର..କିନ୍ତୁ ରାଜ୍ୟରେ 3 କୋଟି 50 ଲକ୍ଷ ଲୋକଙ୍କ ମାସିକ ଆୟ 10, 000ରୁ କମ..ତେଣୁ ସେମାଙ୍କୁ 1 ଟଙ୍କିଆ ଚାଉଳ ଦେଉଛନ୍ତି ସରକାର… କିନ୍ତୁ ରାଜ୍ୟରୁ ଗରିବ କମାଇବା ପାଇଁ ଆଖିରୁ ଲୁହ ଝରାଉଛନ୍ତି ସରକାର… .

ଏକଥାର ସ୍ପଷ୍ଟତା କିନ୍ତୁ ରଖୁନାହାନ୍ତି ରାଜ୍ୟ ସରକାର…. ଆମ ଭଳି କିଛି ଗଣମାଧ୍ୟମର ପ୍ରଶ୍ନ କରିବାର ଦକ୍ଷତା ନାହିଁ…. କୋଭିଡି ପରିଚାଳନାରେ 1900 କୋଟି ଖର୍ଚ୍ଚ କଲେ ସରକାର…କିନ୍ତୁ ଓଡ଼ିଶାର କାରଦାତାଙ୍କ ଅର୍ଥକୁ କେଉଁ ବାଟରେ ଖର୍ଚ୍ଚ ହେଲା….. ନା ଏ , ତଥା କଥିତ Media ପ୍ରଶ୍ନ କଲା ନା ସରକାର ଉତ୍ତର ରଖିଲେ.?? ..

Covid Kit କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ସମସ୍ତେ ଦେଖିଲେ ଜାଣିଲେ… କିନ୍ତୁ କିଛି… ଗଣମାଧ୍ୟମ ଏହାକୁ ପ୍ରସାରଣ କଲେ ନାହିଁ ଠିକ ଅଛି… କିନ୍ତୁ ଟିକସ ଦାତାଙ୍କ ପଇସା, ଖୋଲେଆମ ଲୁଟ ହେଉଛି… ଏହାକୁ ଆପଣ ଅପ୍ରସଙ୍ଗ କହିବେ…..? ପ୍ରକୁତରେ କଣ ଆପଣ ଗଣମାଧ୍ୟମର ପ୍ରତିନିଧି….? ଏହା କଣ ସାମ୍ବାଦିକତା…? ଏଇଥି ପାଇଁ କଣ ଆପଣ ପାଠ ପଢି ସାମ୍ବାଦିକଟିଏ ହୋଇଥିଲେ?

ସରକାର କହିଲେ, ସେ press brief କରୁଛନ୍ତି…. କେଉଁ ପ୍ରେସ୍ର କୁ brief କରୁଛନ୍ତି, … କିଏ ପ୍ରଶ୍ନ କରୁଛି.. କାହାକୁ ଦେଉଛନ୍ତି ସେ ଉତ୍ତର….?? ପ୍ରଶ୍ନ ବି ତାଙ୍କର ଉତ୍ତର ବି ତାଙ୍କର.. ଏଭଳି press brief ର .. ଅର୍ଥ…. ମତେ ଟିକେ ବୁଝେଇଦେବେ କି ହେ ମୋ ପ୍ରିୟ media ବନ୍ଧୁ…..

Democracy ଭିତରେ Autocracy କେମିତି ଚାଲେ…. ଏଇଟା ଓଡ଼ିଶା ସରକାର ଆମ ଭଳି କିଛି ନୂଆ ସାମ୍ବାଦିକଙ୍କୁ ଶିଖାଇଦେଲେ…… media କୁ ପଇସା ଫିଙ୍ଗି କିଣିବା….. ତାର ଅଧିକାରକୁ ଲୁଣ୍ଠନ କରିବା…. ତାର ଆତ୍ମ ସ୍ୱାଭିମାନକୁ ବଳି ପକେଇବା…. ତାକୁ ସରକାରୀ କଳ ଓ ଦଳର ଦାସତ୍ୱ ଗ୍ରହଣ କରିବାକୁ ବାଧ୍ୟ କରିବା ଭଳି ଅନେକ କଥା ମୁଁ ଏଇଥି ଶିଖିଲି…..

ମଧୁବାବୁ କହୁଥିଲେ, ଓଡ଼ିଆ ଲୋକ ଭାରି ସ୍ୱାଭିମାନୀ…. ସତରେ କଣ ଆମେ ସ୍ୱାଭିମାନୀ….??

 

Leave a Reply

Your email address will not be published. Required fields are marked *