ରଥ ଯାତ୍ରା ପାଇଁ ଆନ୍ଦୋଳନ କରିଥିବା ପିକୁ 2ମାସ ପରେ ଙ୍କୁ କୋଭିଡି ନିୟମ ଉଲଙ୍ଘନ ରେ ଗିରଫ

ବରିଷ୍ଠ ଆଇନଜୀବୀ ତଥା ଜଣାଶୁଣା ପିକୁ ପଟନାୟକ ଙ୍କ ବିରୁଧରେ ପୁରୀ ଟାଉନ ଥାନା ତରଫରୁ କୋଭିଡି ନିୟମ ଉଲଂଘନ ରେ ମାମଲା ରୁଜୁ କରାଯାଇଛି I ଗତକାଲି ତାଙ୍କୁ ଗିରଫ କରାଯାଇଥିବା ନେଇ ପିକୁ ସୂଚନା ଦେଇଥିଲେ ,ପିକୁ ଙ୍କ କହିବାନୁଯାୟୀ ତାଙ୍କୁ ଏକ ନୋଟିସ ଦିଆଯାଇଥିଲା ସେ ଥାନାରେ ହାଜର ହେବାପରେ ଥାନା ଅଧିକାରୀ ତାଙ୍କୁ ରଥ ଯାତ୍ରା ପୂର୍ବରୁ କୋଭିଡି ନିୟମ ଉଲଂଘନ ପାଇଁ ଗିରଫ କରାଯାଉଛି ବୋଲି କହିଥିଲେ I

ଏନେଇ ନିଜ ଫେସବୁକ ରେ ମଧ୍ୟ ପିକୁ ଲେଖିଛନ୍ତି ଯେ ଆମେ ଭାଗ୍ୟବାନ ଖାଇଲେ ଜଗା ପାଇଁ କେସ୍ । ଜେଲ୍ ଯିବୁ ପଛେ ଆମେ ସତ କହିବୁ,ଏଠି ସରକାର ଙ୍କ ବିପକ୍ଷରେ ସତ କହିଲେ ଗିରଫ ହେବାକୁ ହୁଏ I ଆହୁରି କହିଛନ୍ତି କି ରଥଯାତ୍ରା ହେବାକୁ ସେ ଶ୍ରୀ ମନ୍ଦିର ସାମ୍ନା ରେ ଦୀପ ଜାଳିଥିଲେ ତାଙ୍କୁ ସମର୍ଥନ କରି କିଛି ଏକାଠି ହେଇଥିଲେ କିନ୍ତୁ ସେ କାହାକୁ ଡାକିନଥିଲେ ,କିନ୍ତୁ ଏସବୁ ସତ୍ୱେ ରଥଯାତ୍ରା ର ଦୁଇମାସ ପରେ ସେହି ଘଟଣାକୁ ନେଇ ତାଙ୍କ ନାମରେ କୋଭିଡି ନିୟମ ଉଲଂଘନ ମାମଲା ରୁଜୁ କରାଯାଇଛି I

ପିକୁ କହିଛନ୍ତି କି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ବଡଦାଣ୍ଡ ରେ 30000 ଏକାଠି ହେଇଥିଲେ ସେତେବେଳେ ନିୟମ ଉଲଂଘନ ହେଲାନି ,ଅଥଚ ମୋ ବେଳକୁ ନିୟମ ଭାଙ୍ଗିଗଲା ? ସୂଚନା ଥାଉ କି ରଥଯାତ୍ରା ବନ୍ଦ କୁ ନେଇ ପ୍ରଥମେ ପିକୁ ପଟନାୟକ ଏକ ବିପ୍ଳବ ର ସ୍ୱର ଉଠାଇଥିଲେ I

Leave a Reply

Your email address will not be published. Required fields are marked *