ଓଟିଭି ଏବଂ ନିର୍ଦେଶିକା ଜଗି ପଣ୍ଡା ଙ୍କୁ ନୋଟିସ ପଠାଇଲେ ସାଂସଦ ଅନୁଭବ

ପୁଣି ଚର୍ଚା କୁ ଆସିଛି ସାଂସଦ ଅନୁଭବ ଏବଂ ଓଟିଭି ମଧ୍ୟରେ ତୁ ତୁ ମେ ମେ I ନିକଟରେ ଓଟିଭି ସବୁଠାରୁ ଖରାପ ଚାନେଲ ଏବଂ ଏହି ଚାନେଲ କୁ ସମସ୍ତେ ବ୍ୟାନ କରିବାକୁ ଆହ୍ୱାନ ଦେଇ ନିଜେ ଟ୍ରଲ ହେଇଥିବା ଅନୁଭବ ଙ୍କୁ ନେଇ ଓଟିଭି ରେ ଖବର ପ୍ରସାରଣ ପରେ ଚିହିଁକି ଉଠିଛନ୍ତି କେନ୍ଦ୍ରାପଡା ସାଂସଦ I ଓଟିଭି ଏବଂ ଏହାର ନିର୍ଦେଶିକା ଜଗି ପଣ୍ଡା ଙ୍କୁ ପଠାଇଛନ୍ତି ଓକିଲ ନୋଟିସ ।

ଏନେଇ ଅନୁଭବ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଓକିଲ ସୁପ୍ରିମ କୋର୍ଟ ଆଇନଜୀବୀ ଅଶ୍ୱିନୀ କୁମାର ଦୁବେ ଏହି ନୋଟିସ ପଠାଇଛନ୍ତି । ଅନୁଭବ ଙ୍କ ଅଭିଯୋଗ ଅନୁଯାୟୀ ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୁଧରେ ଖବର ପ୍ରସାରଣ କରି ତାଙ୍କ ରେପୁଟେସନ କ୍ଷୁର୍ଣ୍ଣ କରିବାକୁ ଚାଁହୁଛି I ତୁରନ୍ତ 7ଦିନ ମଧ୍ୟରେ ଓଟିଭି ନିସର୍ତ୍ତ କ୍ଷମା ମାଗିବାକୁ ନୋଟିସ ରେ କୁହାଯାଇଛି I

ଏହାକୁ ନେଇ ଏବେ ଜୋରଦାର ଚର୍ଚା ,ବିଶେଷ କରି ଅନୁଭବ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନର ରେ ଅନେକ ସୁପର ହିଟ ଚଳଚିତ୍ର ଦେଇଥିବା ବେଳେ ଏହାର ପ୍ରଚାର ପ୍ରସାର ରେ ମୁଖ୍ୟ ଥିଲା ଓଟିଭି I ସାଧାରଣ ରେ ଆଲୋଚନା ହେଉଛି କି ଯେଉଁ ଜାଗି ଅନୁଭବ ଙ୍କୁ ଏତେ ହାଇ ଲାଇଟ କରିଥିଲେ ଆଜି ଅନୁଭବ ସେଇ ଜଗି ଙ୍କୁ ନୋଟିସ ପଠାଇଲେ I ସୂଚନା ଥାଉ ଅତୀତ ରେ ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରି ଚର୍ଚା କୁ ଆସିଥିଲେ ଅନୁଭବ I ଏବଂ ନିକଟରେ ସଲମାନ ଖାଁ ଙ୍କୁ ଅଧ ରାତି ରେ ଲାଇକ ମାଗି ଗଣମାଧ୍ୟମ ରେ ମୁଖ୍ୟ ଖବର ପାଲଟିଥିଲେ I

Leave a Reply

Your email address will not be published. Required fields are marked *