(ସ୍ୱତନ୍ତ୍ର ଉପସ୍ଥାପନା :ଗୋପାଳ ଚନ୍ଦ୍ର) ସୋସିଆଲ ମିଡିଆରେ ଏବେ ଦୁଇ ସାମ୍ବାଦିକ ଙ୍କୁ ନେଇ ଜୋରଦାର ଚର୍ଚା I ଜଣେ ହେଉଛନ୍ତି ପକେଟ ନିଉଜ ୱେବ ର ସମ୍ପାଦକ ସୁଧାଂଶୁ ପାତ୍ର ଏବଂ ଅନ୍ୟ ଜଣେ ଦ ପଲିଟିକ୍ସ ୱେବ ର ସମ୍ପାଦକ ଶୁନିଲ ଜେନା I ନିକଟରେ ଏକ ଅଡିଓ ଭାଇରଲ କୁ ନେଇ ଦୁଇଜଣ ଗିରଫ ହେଇଥିବା ବେଳେ ଓଟିଭି ଏବଂ ବିଏମସି ମଧ୍ୟରେ ତୁ ତୁ ମେ ମେ ଚାଲିଛି ,ଆଉ ଏହି ସମୟରେ ଓଟିଭି ଏବଂ ବୈଜୟନ୍ତ ଙ୍କୁ ଟାର୍ଗେଟ କରି ଚର୍ଚା କୁ ଆସିଛନ୍ତି ଏହି ଦୁଇ ସାମ୍ବାଦିକ I
24ଘଣ୍ଟା କେବଳ ବୈଜୟନ୍ତ ବୈଜୟନ୍ତ କହି ଚିଲାଉଥିବା ବେଳେ ଓଟିଭି ପଠାଇଛି ନୋଟିସ I ଦୁଇ ସାମ୍ବାଦିକ ଙ୍କୁ ସେତେଟା ଗୁରୁତ୍ୱ ନଦେଇ ସିଧାସଳଖ ଓଟିଭି ନୋଟିସ ନପଠାଇ ଏହାର ଏଜେନ୍ସି ଦ୍ୱାରା ନୋଟିସ ପଠାଇଛି I ଅପ୍ଲେକ୍ସ ସଫ୍ଟୱାର ନାମକ ଏକ ଓଟିଭି ର ସହଯୋଗୀ ଏ ଦୁଇଜଣଙ୍କୁ ନୋଟିସ ପଠାଇ ଓଟିଭି ବିରୁଧରେ ପ୍ରସାରିତ ହେଉଥିବା ଭ୍ରମାତ୍ମକ ମିଥ୍ୟା ଖବର କୁ ତୁରନ୍ତ ହଟେଇବାକୁ ନୋଟିସ କରିଛି ନଚେତ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିପାରେ I
କେବଳ ଏତିକି ନୁହେଁ ଏକ୍ସପୋଜ ଓଡିଶା ନାମକ ଏକ ୱେବ ସିଧାସଳଖ ଏହି ଦୁଇ ସାମ୍ବାଦିକ ଙ୍କୁ ଚାଟୁକାର କହି ସମ୍ଭୋଧନ କରିବା ସହିତ ଏ ଦୁଇଜଣ କୁଆଡେ ଘଟଣା କୁ ଚପାଇବାକୁ କାହାଠୁ କେତେ ଟଙ୍କା ମାଗିଥିଲେ ସେନେଇ ତାଙ୍କ ପାଖରେ ପ୍ରମାଣ ଥିବା ଦାବି କରି ଆଗାମୀ ଦିନରେ ଖୁଲାଶା କରିବେ ବୋଲି ସ୍ପଷ୍ଟ କରିଛନ୍ତି ,ଏକ୍ସପୋଜ ଓଡିଶା ର ଏଭଳି ଖବର ପ୍ରସାରଣ ପରେ ସମ୍ପୃକ୍ତ ଘଟଣାରେ ଦୁଇ ସାମ୍ବାଦିକ କୌଣସି ପ୍ରତିକ୍ରିୟା ନରଖିବା ସାମ୍ବାଦିକ ଙ୍କ ଉପରେ ପ୍ରଶ୍ନ ଠିଆ କରାଇଛି I
ତେବେ ପୂର୍ବରୁ ପ୍ରମେୟ ମାଲିକ ମନୋଜ ନାୟକ ଙ୍କୁ ନେଇ ମଧ୍ୟ ଏହି ଦୁଇଜଣ ଖୁବ ଚର୍ଚା ରେ ଥିଲେ ,କେତେବେଳେ କହିଲେ ସେ ବିଜେଡି ରୁ ରାଜ୍ୟସଭା ପ୍ରାଥୀ ହେବେ ତ ଆଉ କେତେବେଳେ କହିଲେ ସେ ଗେରୁଆ ରଙ୍ଗରେ ମିଶିବେ I ଏପରିକି କେନ୍ଦ୍ରମନ୍ତ୍ରୀ ମନୋଜ ଙ୍କୁ ଏକ ପୁରସ୍କାର ଦେଉଥିବା ଫୋଟୋ କୁ ଯୋଡି ଅନେକ ଖବର ପ୍ରସାରଣ କରିଥିଲେ I
ନିଜେ ମନୋଜ ନାୟକ ଘଟଣାରେ ସ୍ପଷ୍ଟୀକରଣ ରଖିଥିଲେ କି ସେ କୌଣସି ରାଜନୈତିକ ଦଳ ରେ ଯୋଗ ଦେବାର ନାହିଁ କି ରାଜ୍ୟସଭା ପାଇଁ ସେ ଲାଳାୟିତ ନୁହନ୍ତି ଏହା କେବଳ ଗୁଜବ I ଛାଡ଼ନ୍ତୁ ଆମର ସେଥିରେ କଣ ଅଛି ,ତେବେ ଜଣେ ସମାଲୋଚକ କହୁଥିଲେ
ବୋଧହୁଏ ସୁନୀଲ ବାବୁ ଏବଂ ସୁଧାଂଶୁ ବାବୁ ଯେଉଁ ସବୁ ଭିଡିଓ ବା ଖବର ପ୍ରସାରଣ କରୁଛନ୍ତି ତାର କମେଣ୍ଟ ସେକ୍ସନ ରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ପଢ଼ୁନାହାନ୍ତି ,ଯେଉଁଠି ତାଙ୍କ ପାଇଁ ଏତେ ସାରା ଭଲପାଇବା ଅଜାଡି ଦେଉଛନ୍ତି ପ୍ରସଂଶକ ମାନେ I