କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚା ରେ ରହିଥିବା ଦୁଇ ୱେବ ପୋର୍ଟାଲ ସମ୍ପାଦକ ସୁନୀଲ ଜେନା ଏବଂ ସୁଧାଂଶୁ ପାତ୍ର ଆସିଛନ୍ତି ପୁଣି ଚର୍ଚା କୁ I ଓଟିଭି ଏବଂ ବିଏମସି ମଧ୍ୟରେ ତୁ ତୁ ମେ ମେ ଭିତରେ ଓଟିଭି କୁ ନେଇ ସୋସିଆଲ ମିଡିଆରେ ସନସନି ଖବର ପ୍ରସାରଣ କରୁଥିବା ପକେଟ ନିଉଜ ଏବଂ ଦ ପଲିଟିକ୍ସ ର ସମ୍ପାଦକ ଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ବଜ୍ରକିଳା ସମ୍ପାଦକ ବରଦା ଶତପଥି I ନିଜ ୟୁଟୁବ ଚାନେଲ ରେ ସାମ୍ବାଦିକ ଙ୍କ କଳା କାରନାମା ନାମକ ଏକ ଶୀର୍ଷକ ରେ ଦୁଇ ସାମ୍ବାଦିକ ଙ୍କୁ କଟୁ କଟାକ୍ଷ କରିବା ସହିତ ଆଗାମୀ ଦିନରେ ସାମ୍ବାଦିକ ଭିତରେ ଏମିତି ଗୋଡ ଟଣାଟଣି ନ ହେବାକୁ ପରାମର୍ଶ ଦେଇଛନ୍ତି I
ଏହାସହିତ ଦୁଇ ସାମ୍ବାଦିକ ଙ୍କୁ ରାଜଧାନୀ ରାଜରାସ୍ତା ରେ ଗୋଡେଇ ଗୋଡେଇ ଲଙ୍ଗଳା କରି ପିଟିବେ ବୋଲି ଚେତାବନୀ ଦେଇଛନ୍ତି ଏପରିକି ରାଜଧାନୀ ରେ ସୁଧାଂଶୁ ଙ୍କ ନାମରେ ଥାନାରେ ମାମଲା ଥିବା ଭଳି ଗୁରୁତର ସଂଗୀନ ଅଭିଯୋଗ ଆଣିଛନ୍ତି ବରଦା ଶତପଥୀ I
I ସୂଚନା ଥାଉ କି ବଜ୍ର କିଳା ରାଜ୍ୟ ର ଏକ ଜଣାଶୁଣା ସାପ୍ତାହିକ ଖବରକାଗଜ ଯାହାକି ଭଣ୍ଡ ସାରଥୀ ଘଟଣାରେ ପ୍ରଥମେ ଖୁଲାସା କରିଥିଲା I