ଲିଙ୍ଗରାଜ ମନ୍ଦିର କୋଉଠି ,ଭୁବନେଶ୍ୱର ରୁ ଉଠିଗଲା କି ତାମିଲ କୁ ?

OdishaExclusive ବ୍ୟୁରୋ :(ସ୍ୱତନ୍ତ୍ର ଉପସ୍ଥାପନା : ଗୋପାଳ ଚନ୍ଦ୍ର )

ଶୀର୍ଷକ ଟି ପଢି ଆପଣ ଭାବୁଥିବେ ଲିଙ୍ଗରାଜ ମନ୍ଦିର ତା ରାଜଧାନୀ ଭୁବନେଶ୍ୱର ରେ ସମସ୍ତେ ଜାଣିଛନ୍ତି ୟା ପରେ ମଧ୍ୟ ଲିଙ୍ଗରାଜ ମନ୍ଦିର କେଉଁଠି ଶୀର୍ଷକ ର ମାନେ କଣ ? ତେବେ କଥା କଣ କି ଏକାମ୍ର ଯୋଜନା କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି ଯେଉଁ ଯୋଜନା ରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିପାର୍ଶ୍ଵ ରେ ଥିବା ୬୬ ଏକର ପରିମିତ ଜମି ରେ ଏହାକୁ କାର୍ଯ୍ୟକାରୀ କରାଯିବ ଯାହାଦ୍ୱାରା ପ୍ରଭୁ ଙ୍କ ମହାଦୀପ ସମୟରେ ପାଖାପାଖି ଦୁଇଲକ୍ଷ ଲୋକ ଏକାସାଙ୍ଗରେ ଜାଗର ଜାଳିବା ସହିତ ମହାଦୀପ ଦର୍ଶନ କରିପାରିବେ I

ନିହାତି ଭାବରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଥିବା ଏକ ଫୋଟୋ କୁ ନେଇ ଟ୍ୱିଟର ରେ ଟ୍ରଲ ହେବାରେ ଲାଗିଛି ଲିଙ୍ଗରାଜ ମନ୍ଦିର କେଉଁଠି ? ଟ୍ୱିଟ ହେଇଥିବା ଏହି ଫୋଟୋ ରେ ଲିଙ୍ଗରାଜ ଙ୍କ ରାସ୍ତା ପାର୍ଶ ରେ ଓଡ଼ିଆ ଲୋକଙ୍କ ବଦଳରେ ଧଳା ଲୁଙ୍ଗି ,ତାମିଲ କଛା ମାରିବା ,ମଥାରେ ଧଳା ଟୀକା ,ସୀଲକ ଶାଢ଼ୀ ପିନ୍ଧା ଲୋକଙ୍କୁ ଦେଖିବାକୁ ମିଳିଛି I ମୋଟାମୋଟି କହିବାକୁ ଗଲେ ସମସ୍ତ ବେଶଭୂଷା ଏବଂ ଆଭାସ ରୁ ଯେ କେହି ବି ଠଉରେଇ ପାରିବେ ଫୋଟୋ ରେ ଦକ୍ଷିଣ ଭାରତୀୟ ଲୋକ ଙ୍କ ଉପସ୍ତିତି ,,ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଟ୍ରଲ ଉଠିଛି ,ଆସନ୍ତୁ ନଜର ପକାଇବା କିଛି ଟ୍ୱିଟ ଉପରେ I


ରାକେଶ ରୋଶନ ମହାନ୍ତି : ତାମିଲ ଲୋକ ଡିଜାଇନ କରନ୍ତୁ ମନା ନାହିଁ କିନ୍ତୁ ବିନ୍ଦୁ ସାଗର, ଲିଙ୍ଗରାଜ ମନ୍ଦିରକୁ ତାମିଲନାଡୁ ନେଇଯିବା କିଛି ଦରକାର ନାହିଁ। ଫଟୋଟି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଦିଆଯାଇଛି। ଲିଙ୍ଗରାଜ ମନ୍ଦିର ସନ୍ନିକଟ ଅଞ୍ଚଳର ବିକାଶ ସମ୍ପର୍କିତ ଡିଜାଇନ ଇଏ। ହେଲେ ଏ ଡିଜାଇନରେ ମଣିଷ ଗୁଡାଙ୍କୁ ଓଡିଆ ବଦଳରେ ତାମିଲ କରି ଦିଆ ହୋଇଛି।

ମୋ ଡାକ୍ତର: ଲିଙ୍ଗରାଜ ନାଁ ଲୁଙ୍ଗି ରାଜ ,ବାବୁ ସିଂ : ମୁହଁରେ ବନ୍ଦେ ଉତ୍କଳ ଜନନୀ.. କାମରେ ବନ୍ଦେ ତାମିଲ ଜନନୀ । ଛାମୁଙ୍କର ଏହି post ରେ ତାଙ୍କୁ ଲିଙ୍ଗରାଜ ମନ୍ଦିର କଡ଼ରେ ଚାଲିବାପାଇଁ ସ୍ୱାଭିମାନୀ ଓଡ଼ିଆ ମିଳିଲେନି ଯେ ଏଠିବି ତାମିଲ ଲୋକ ଆଣିକି ଠିଆ କରିଛନ୍ତି। ଓଡ଼ିଆଙ୍କ ମାନ, ସମ୍ମାନ ତ ଆଗରୁ ଖାଇସାରିଥିଲେ ଏବେ ଆମ ଈଷ୍ଟ ଦେବତାଙ୍କୁ ବି ତାମିଲ ହାତରେ ଟେକି ଦେଲେ ।

ରବୀନ୍ଦ୍ର ପୁହାନ : ତାମିଲ ଲୋକ ଡିଜାଇନ କରନ୍ତୁ ମନା ନାହିଁ କିନ୍ତୁ ବିନ୍ଦୁ ସାଗର, ଲିଙ୍ଗରାଜ ମନ୍ଦିରକୁ ତାମିଲନାଡୁ ନେଇଯିବା କିଛି ଦରକାର ନାହିଁ। ଫଟୋଟି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଦିଆଯାଇଛି। ଲିଙ୍ଗରାଜ ମନ୍ଦିର ସନ୍ନିକଟ ଅଞ୍ଚଳର ବିକାଶ ସମ୍ପର୍କିତ ଡିଜାଇନ ଇଏ। ହେଲେ ଏ ଡିଜାଇନରେ ମଣିଷ ଗୁଡାଙ୍କୁ ଓଡିଆ ବଦଳରେ ତାମିଲ କରି ଦିଆ ହୋଇଛି।

ସୌମ୍ୟ ରଞ୍ଜନ ମେହେର :ସବୁ ସୁବିଧା ହେଉ ସବୁ ଯୋଜନା କାର୍ଯ୍ୟକାରୀ ହେଉ ଅନୁରୋଧ ଆମ ଲିଙ୍ଗରାଜ ଓଡ଼ିଶାରେ ହିଁ ରହୁ ଦକ୍ଷିଣ ରାଜ୍ୟ କୁ ଚାଲି ନଯାଉ

Leave a Reply

Your email address will not be published. Required fields are marked *