ଜନନୀ ସୁରକ୍ଷା ନା ପ୍ରହସନ ! ଆମ୍ବୁଲାନ୍ସ ରେ ଯିବାକୁ ହେଲେ ଗର୍ଭବତୀ ମହିଳା ଙ୍କୁ ଦେବାକୁ ପଡୁଛି 250 ଟଙ୍କା

ଜନନୀ ସୁରକ୍ଷା ନାଁରେ ରାଜ୍ୟରେ ଚାଲିଛି ପ୍ରହସନ। 102 ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ଡାକ୍ତରଖାନା ଆଣିଲେ ଦବାକୁ ପଡ଼ୁଛି ଟଙ୍କା। ଟଙ୍କା ନ ଦେଲେ ରୋଗୀକୁ ନେଇହେବ ନାହିଁ ବୋଲି ରୋକଠୋକ ଶୁଣାଉଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ପ୍ରସୂତିଙ୍କୁ ମେଡିକାଲରେ ପହଞ୍ଚାଇବା ପରେ ଗାଡ଼ି ଧୋଇବାକୁ ପଡ଼ିବ, ଆଉ ସେଥିପାଇଁ 250 ଟଙ୍କା ଦେବାକୁ ପଡ଼ିବ ବୋଲି ଆମ୍ବୁଲାନ୍ସ କର୍ମଚାରୀ କହିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଆମେ ଗରିବ ଲୋକ, ଟଙ୍କା ନାହିଁ ବୋଲି କାକୁତିମିନତି ହେବା ସତ୍ତ୍ୱେ ବି ଶୁଣି ନ ଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ। ଅଭିଯୋଗ ହୋଇଛି ଯେ ପିପିଲି ବ୍ଲକ ଅନ୍ତର୍ଗତ ଛଣଘର ମାଳିସାହି ଗ୍ରାମର ଶାନ୍ତିଲତା ସେଠୀଙ୍କ ଝିଅ ବୁଧବାର ସନ୍ଧ୍ୟାରେ ଘରେ ପ୍ରସବ କରିଥିଲେ। ତାଙ୍କୁ ମେଡିକାଲ ନେବା ପାଇଁ ଶାନ୍ତିଙ୍କ ପରିବାର ଲୋକେ 102 ନମ୍ବରରେ ଫୋନ କରିଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ହେଲେ 250 ଟଙ୍କା ଦେଲେ ଯାଇ ରୋଗୀଙ୍କୁ ହସ୍ପିଟାଲ ନିଆଯିବ ବୋଲି ଆମ୍ବୁଲାନ୍ସ କର୍ମଚାରୀ କହିଥିଲେ। ମୋ ପାଖରେ ଅଧିକ ଟଙ୍କା ନାହିଁ। 50 ଟଙ୍କା ନେଇ ମୋ ଝିଅକୁ ମେଡିକାଲ ପହଞ୍ଚାଇଦିଅ ବୋଲି ଶାନ୍ତି ସେମାନଙ୍କୁ ଅନୁରୋଧ କରିଥିଲେ ବି ନିଷ୍ଠୁର ଆମ୍ବୁଲାନ୍ସ କର୍ମଚାରୀଙ୍କ ହୃଦୟ ତରଳି ନ ଥିଲା। ଶେଷରେ ସେୟା ହିଁ ହେଲା। ଜୁଲମ କରି ଆଶାକର୍ମୀଙ୍କ ଜରିଆରେ ଗରିବ ଶାନ୍ତିଙ୍କଠୁ ସେମାନେ 250 ଟଙ୍କା ନେବା ପରେ ରୋଗୀଙ୍କୁ ନିକଟସ୍ଥ ସାକ୍ଷୀଗୋପାଳ ମେଡିକାଲ ନେଇଥିଲେ। ଏନେଇ ଶୁଣନ୍ତୁ କଣ କହୁଛନ୍ତି ଅଭିଯୋଗ କାରିଣୀ ଶାନ୍ତି

କେବଳ ଏତିକି ନୁହେଁ ମେଡିକାଲରେ ସେତେବେଳେ ଉପସ୍ଥିତ ଥିବା ଡାକ୍ତର ଜଣକ 1000 ଟଙ୍କାର ଔଷଧ ଲେଖି ଦେଇଥିଲେ। ଆଉ ଏତେ ଟଙ୍କା ନାହିଁ ମାତ୍ର 100 ଟଙ୍କା ଅଛି ବୋଲି ଶାନ୍ତି କହିବାରୁ ଡାକ୍ତର କୁଆଡ଼େ ତାଙ୍କୁ କିଛି ସରକାରୀ ମେଡିସିନ ଦେଇ ବିଦା କରି ଦେଇଥିଲେ। ପରେ ଟଙ୍କା ଆଣି ବାହାରୁ ଅନ୍ୟ ମେଡିସିନ ନେଇଯିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ଶାନ୍ତି କହିଛନ୍ତି। ତେବେ ଏ ନେଇ ଚନ୍ଦ୍ର ଶେଖର ନନ୍ଦ ଘଟଣା ଟିକୁ ଆମ ପ୍ରତିନିଧି ରମା ବଲ୍ଲଭ ଙ୍କ ନଜର ଆଣିବା ପରେ ଡାକ୍ତର ଙ୍କ ପ୍ରତିକ୍ରିୟା ନେବାରେ ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ।

ରମାବଲ୍ଲଭ ଙ୍କ ହସ୍ତେକ୍ଷପ ପରେ ଘଟଣାର ତଦନ୍ତ ସହିତ ସମ୍ପୃକ୍ତ ଡ୍ରାଇଭର ଙ୍କୁ ଆମ୍ବୁଲାନ୍ସ ରୁ ବିଦା କରାଯାଇଥିବା ସୂଚନା ମିଳିଛି I
ବ୍ୟୁରୋ ରିପୋର୍ଟ, OdishaExclusivie.in , ଉତ୍କଳ ଖବର ଡଟ୍ ଇନ୍.ପୁରୀ ଜିଲ୍ଲା ସତ୍ୟବାଦୀ ରୁ ରମା ବଲ୍ଲଭ ବରାଳ  ଙ୍କ ରିପୋର୍ଟ I

Leave a Reply

Your email address will not be published. Required fields are marked *