ବହୁ ଚର୍ଚିତ ଆଦିତ୍ୟ ମୃତ୍ୟୁ ଘଟଣା କୁ ଇତି ମଧ୍ୟରେ ଦେଢ଼ ମାସ ବିତି ସାରିଥିଲେ ମଧ୍ୟ କୌଣସି ସୁରାକ ମିଳୁନି I ଜିଆରପି ଏହି ଘଟଣା ରେ ବିଫଳ ହେଇଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଅଡୁଆ ସୁତା ର ଖିଅ ଧରି ପାରୁନି I କେବଳ ଅନ୍ଧାର ରେ ବାଡ଼ି ବୁଲାଇବା ଭଳି ମନେ ହେଉଛି ,ଯାହାକୁ ନେଇ ଅନେକ ବୁଦ୍ଧିଜୀବୀ ସମେତ ଆଦିତ୍ୟ ଙ୍କ ଫ୍ୟାନ ମାନେ ପ୍ରଶ୍ନ ଉଠାଇଛନ୍ତି I ଆଦିତ୍ୟ ଙ୍କ ମାମଲା ରେ ତାଙ୍କ ପତ୍ନୀ ଙ୍କୁ ସୋସିଆଲ ମିଡିଆରେ ଅନେକ ସମାଲୋଚନା କରିବା ସହିତ ସିଧାସଳଖ ଦାୟୀ କରି ବିବାଦୀୟ ପୋଷ୍ଟ ଲେଖୁଥିବା ଦେଖାଯାଇଛି I
ଏପରିକି ସୁଭାସିସ ଷଡ଼ଙ୍ଗୀ ନାମକ ଜଣେ ସାମାଜିକ କର୍ମୀ ଯିଏ କି ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ପ୍ରଶ୍ନ ର ପାହାଡ଼ ଠିଆ କରିଦେଇଛନ୍ତି ,ସିଧାସଳଖ ବିଦ୍ୟାଶ୍ରୀ ଙ୍କ ଆଡକୁ ଆଙ୍ଗୁଳି ଦେଖାଇଛନ୍ତି ,ଏପରିକି ବିଦ୍ୟାଶ୍ରୀ ସୁଭାସିସ ଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ମାନସିକ ନିର୍ଯାତନା ଅଭିଯୋଗ ରେ I ତେବେ ଏପରି ସମୟରେ ସାମ୍ନା କୁ ଆସିଛନ୍ତି ଆଉ ଜଣେ ଝିଅ ,ତାଙ୍କ ନାମ ବର୍ଷା I ସେ ଆଦିତ୍ୟ ଙ୍କ ସହିତ ବିଭିର୍ଣ୍ଣ ସମାଜ ସେବା ସହ ଜଡିତ I
ଏ ଏନେଇ ବର୍ଷା ଏକ ଭିଡିଓ କରି କହିଛନ୍ତି କି ଯେଉଁଦିନ ଆଦିତ୍ୟ ଙ୍କ ମରଶରୀର ଠାବ ହେଲା ସେଦିନ ସେ ସେଠାରେ ଥିଲେ ଯେତେବେଳେ ତାଙ୍କ ଡେଡ଼ ବଡି କୁ ନିଆଯାଉଥିଲା ସେତେବେଳେ ଆଦିତ୍ୟ ଙ୍କ ମା ବେହୋସ ହେଇଯାଇଥିଲେ ତାଙ୍କ ହାତରେ କିନ୍ତୁ ସେହି ସମୟରେ ବିଦ୍ୟାଶ୍ରୀ ଜୁସ ପିଉଥିଲେ ଯାହା ତାଙ୍କୁ ଚକିତ କରିଥିଲା I ଏପରିକି ବିଦ୍ୟାଶ୍ରୀ କୁଆଡେ କହିଥିଲେ ଆଦିତ୍ୟ ଫ୍ୟାନ ରେ ଝୁଲି ପାରିଥାନ୍ତେ ,ବିଷ ଖାଇ ପାରିଥାନ୍ତେ ,ଏଠି କୁ କାହିଁକି ଆସିଲେ ଏହାସହିତ ତାଙ୍କୁ ବିଧବା କରାଯିବା ସମୟରେ ସେ କହିଥିଲେ ଏହା ମୋର କଷ୍ଟଲି ଚୁଡ଼ି ,ଭାଙ୍ଗନି I ସିଧାସଳଖ ବିଦ୍ୟାଶ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି ବର୍ଷା I କହିଛନ୍ତି କି ଜାନୁଆରୀ ରେ ବିଦ୍ୟାଶ୍ରୀ ଆଦିତ୍ୟ ଙ୍କ ଜୀବନ ରେ ଧସେଇ ଆସିଥିଲେ ,6ବର୍ଷ ର ଭଲପାଇବା କଥା ସମ୍ପୂର୍ଣ୍ଣ ମିଛ I