ଓଡ଼ିଶାରେ ବିଦେଶୀ ଫଳ ଡ୍ରାଗନ ଚାଷ କରି ଲକ୍ଷପତି ,କେଜି ପିଛା 300

ବିଦେଶୀ ଫଳ ଡ୍ରାଗନ ଏବେ ଓଡ଼ିଶାରେ I ବାହାରେ ଏହା କେଜି ପିଛା ମୂଲ୍ୟ 500 ରୁ ଉର୍ଧ ଥିବାବେଳେ ଓଡ଼ିଶାରେ ମାତ୍ର 300 ଟଙ୍କା ରେ ମିଳିପାରୁଛି I ତେବେ ସବୁଠୁ ବଡ କଥା ହେଉଛି ଏହା ଓଡ଼ିଶାରେ ଚାଷ ହେଇ ସଫଳ ହେଇଛି I ଯାହାକୁ କରି ଦେଖାଇଛନ୍ତି କଳାହାଣ୍ଡିର ଏମ ରାମପୁର ବ୍ଲକର ବୈଷ୍ଣବ ଚରଣ ସାହୁ I ଓଡିଶା ମାର୍କେଟ ରେ ଏହାର ମୂଲ୍ୟ 400 ରୁ 500 ଥିବାବେଳେ ସେ ନିଜ ବାଡ଼ି ରେ ଚାଷ କରି ମାତ୍ର 300 ଟଙ୍କାରେ ଯୋଗାଇ ଦେଉଛନ୍ତି I


ସେ ଜଣେ ଇସ୍କନ ଭକ୍ତ,ଦୁଇବର୍ଷ ତଳେ ସେ ଦ୍ୱାରିକା ଯାଇଥିଲେ ତୀର୍ଥରେ ସେଠାରେ ସେ ପ୍ରଥମେ ଡ୍ରାଗନ ଫଳ ଦେଖିଥିଲେ I ଓଡ଼ିଶାରେ ଏହା ହେଇପାରିବ ଭାବି ସେଠାରେ ତାଲିମ ନେଇଥିଲେ I ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ସେ ସେଠାରେ ରହି ଏହି ଚାଷ ସମ୍ଭନ୍ଧ ରେ ତାଲିମ ନେଇଥିଲେ I ଏବଂ ପରେ ନିଜ ଗାଁ କୁ ଫେରି ଆସି 1000 ଟି ଚାରା କୁ ପ୍ରତି ଚାରା ର ମୂଲ୍ୟ 100 ଟଙ୍କା ରେ କିଣିଥିଲେ । ଏବଂ ନିଜ 20ଡ଼ିସିମିଲ ଜାଗାରେ ଏହି ଚାଷ ଆରମ୍ଭ କରିଥିଲେ I

ପ୍ରଥମେ ଲୋକ ତାଙ୍କୁ ହସରେ ଉଡାଇ ଦେଇଥିଲେ ,ଏହା ଫାଲତୁ ଏବଂ ଅଯଥା ଅର୍ଥ ଖର୍ଚ ବୋଲି ଲୋକେ ଟାହି ଟାପରା କରିଥିଲେ I କିନ୍ତୁ ସେସବୁ କର୍ଣପାତ ନକରି ବୈଷ୍ଣବ ନିଜ କାମରେ ଲାଗି ପଡ଼ିଥିଲେ I ଦୀର୍ଘ ଦେଢ଼ବର୍ଷ ପରେ ତାଙ୍କ ଗଛରେ ଫଳ ଧରିଛି ଏବଂ ଭଲ ବିକ୍ରି ସହିତ ରୋଜଗାର ମଧ୍ୟ ହେଉଛି I ଏପରିକି ଗତ ଜୁଲାଇ ମାସରେ ସେ ଦେଢ଼ କୁଇଣ୍ଟାଲ ଫଳ ବିକିଥିଲେ I ସ୍ୱାଦ ରେ ନିଆରା ସହିତ ବିଦେଶୀ ଫଳ ଦେଶୀ ମାର୍କେଟ ରେ ସ୍ୱଳ୍ପ ମୂଲ୍ୟ ରେ ମିଳିଯାଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ରହିଛି ଏହାକୁ କିଣିବାକୁ I

Leave a Reply

Your email address will not be published. Required fields are marked *