ଲଗାତାର କିଛିଦିନ ଧରି ସୋସିଆଲ ମିଡ଼ିଆ ରେ ବରୀ ବିଧାୟିକା ଙ୍କ ଏକ ଭିଡିଓ ଭାଇରଲ ହେବାପରେ ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି I କରୋନା ମହାମାରୀ ସମୟରେ କଟକଣା କୁ ଫୁ କରି ଉଡେଇ ଦେଇ 19 ତାରିଖ ରେ ଏକ ମିଶ୍ରଣ ପର୍ବ ଆୟୋଜିତ ହେଇଥିଲା ଯେଉଁଥିରେ ବିଧାୟିକା ସୁନନ୍ଦା କହୁ କହୁ ଟିକେ ଅଧିକ କହିଦେଇଛନ୍ତି I ଭାଇରଲ ଭିଡିଓ ରେ ଦେଖାଯାଇଛି କି ବିଧାୟିକା ଜଣେ ନାରୀ ନେତ୍ରୀ ଙ୍କୁ କଟାକ୍ଷ କରି ଅତି କଦର୍ଯ୍ୟ ଭାଷାରେ ସ୍ୱାମୀ ଛାଡି ଡ୍ୟାସ ବୋଲି ସମ୍ଭୋଧନ କରି ବିଦେଶିନୀ ବୋଲି କହିଛନ୍ତି ,ଯାହାକୁ ନେଇ ବରି ପୂର୍ବତନ ଅଧ୍ୟକ୍ଷ ଭାରତୀ ବେହେରା ମୁଁହ ଖୋଲିବା ସହିତ ସେ ସୁପ୍ରିମ ନବୀନ ପଟନାୟକ ଙ୍କୁ ଅନୁରୋଧ କରିଛନ୍ତି କି ବିଧାୟିକା ଙ୍କୁ ଦଳରୁ ବହିଷ୍କାର କରିବାକୁ ଏଭଳି ନାରୀ ମାନଙ୍କୁ ଖୋଲାଖୋଲି ଚରିତ୍ର ସଂହାର କରିଥିବା ହେତୁ I
ଏପରିକି ଭାରତୀ ଏନେଇ ଥାନାରେ ଏତଲା ଦେଇଥିବା ସୂଚନା ଦେଇଛନ୍ତି ,ଭାରତୀ କହିଛନ୍ତି କି ମୁଁ ଦୀର୍ଘ 20ବର୍ଷ ଧରି ବିଜେଡି ରେ କାମ କରିଥିଲି ଯେଉଁଥିପାଇଁ ବିଧାୟିକା ମୋ ଚରିତ୍ର ସଂହାର କଲେ ସେ ବିଧାୟିକା ନୁହେଁ କଳଙ୍କ I ତେବେ ଖବର ସଂକ୍ରାନ୍ତ ରେ ବିଧାୟିକା ସୁନନ୍ଦା ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ସେଭଳି କୌଣସି ଚରିତ୍ର ସଂହାର କରିନାହାନ୍ତି ,ଯେଉଁମାନେ କହିଛନ୍ତି ସେମାନଙ୍କୁ ପଚାରନ୍ତୁ ,ଜଦି ବ୍ୟକ୍ତିଗତ ଭାବରେ କେହି ନିଜ ଦେହକୁ ଟାଣିବେ ତାଙ୍କର କିଛି କହିବାର ନାହିଁ I