ନ୍ୟାୟ ମାଗୁଛନ୍ତି ଦୁଷ୍କର୍ମ ପୀଡିତା ମହିଳା ପୋଲିସ

ସାଧାରଣ ଲୋକ ଙ୍କ ପ୍ରତି ଅନ୍ୟାୟ ହେଲେ ସେମାନେ ପୋଲିସ ଷ୍ଟେସନ ଧାଇଁ ଯାଇଥାନ୍ତି ନ୍ୟାୟ ପାଇଁ କିନ୍ତୁ ନ୍ୟାୟ ମାଗୁଛନ୍ତି ଜଣେ ମହିଳା ପୋଲିସ ଅଫିସର I ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାର ସବ-ଇନ୍ସପେକ୍ଟର ସିଲୁ ଧଳଙ୍କ ନାମରେ I ଜଣେ ମହିଳା ଏସଆଇ ଏହି ଅଭିଯୋଗ ଆଣିଛନ୍ତି I ମହିଳା ଏସଆଇ ଙ୍କ ଅଭିଯୋଗ ଅନୁଯାୟୀ ୨୦୧୭ ମସିହାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ସେଣ୍ଟରରେ ଉଭୟ ତାଲିମ ନେଉଥିଲେ I ଉଭୟ ଙ୍କ ମଧ୍ୟରେ ଚିନ୍ହା ପରିଚୟ ହେଇଥିଲା ପରେ ସିଲୁ ତାଙ୍କୁ ଏକତରଫା ଭଲପାଇ ପ୍ରେମ ନିବେଦନ କରିଥିଲେ ଯାହାକୁ ସମ୍ପୃକ୍ତା ମହିଳା ଗ୍ରହଣ କରିନଥିଲେ I

ଏହାପରେ ମହିଳା ଙ୍କର ସମ୍ବଲପୁର ଜିଲ୍ଲା ରେ ପୋଷ୍ଟିଙ୍ଗ ପାଇଥିବା ବେଳେ ସେଠାରେ ସିଲୁ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ I ଏନେଇ ମହିଳା ଏସଆଇ ଶାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ ପରେ ଘଟଣା ବିଗିଡି ଯିବା ଭୟରେ ସିଲୁ ଆପୋଷ ବୁଝାମଣା ରେ ସମ୍ପୃକ୍ତ ମହିଳା ଙ୍କ ସହିତ ବିବାହ କରିଥିଲେ ମନ୍ଦିର ରେ I କିନ୍ତୁ ବିବାହର 9ମାସ ବିତିଯାଇଥିଲେ ମଧ୍ୟ ଉଭୟ ଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ,କି ସିଲୁ ଦେଖା ଦେଉନାହାନ୍ତି I ତେଣୁ ତାଙ୍କୁ ଗିରଫ କରିବାକୁ ସମ୍ପୃକ୍ତା ମହିଳା ଡ଼ିଜିପି ଅଭୟଙ୍କ ପାଖରେ ଫେରାଦ ହୋଇଛନ୍ତି I

Leave a Reply

Your email address will not be published. Required fields are marked *