Odishaexclusive ବ୍ୟୁରୋ :ରାସ୍ତା ଆରମ୍ଭ ହେବାର ଇତିମଧ୍ୟରେ ତେର ବର୍ଷ ବିତିଗଲାଣି ତଥାପି ଶେଷ ହେଉନି I ଠିକା ସଂସ୍ଥା ଆଉ ଗାଁ ବାସି ଙ୍କ ଭିତରେ ଛକା ପଞ୍ଝା ରେ ବଳି ପଡିଛନ୍ତି ସାଧାରଣ ନିରୀହ ଲୋକ I ହିନ୍ଦୋଳ ଉପଖଣ୍ଡ ସଞ୍ଜପଡା ଗ୍ରାମ ପଞ୍ଚାୟତ ଆମଳା ମୌଜା ଭୁଗୁରମୁଣ୍ଡା ସାହି ପାଇଁ 2007/2008 ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY) ରେ ରାସ୍ତା ପାଇଁ ବରାଦ ହେଇଥିବା ବେଳେ ଏହାକୁ ନେଇଥିବା ଠିକା ସଂସ୍ଥା ର ଅତି ନିମ୍ନ ମାନର କାମ କୁ ନେଇ ଗ୍ରାମ ବାସି ବିରୋଧ କରିଥିଲେ I
ଯାହାଫଳରେ ସମ୍ପୃକ୍ତ ଠିକା ସଂସ୍ଥା କାମ ଟିକୁ ଅଧାରୁ ଛାଡି ଚାଲିଯାଇଥିବା ବେଳେ ଇତିମଧ୍ୟରେ ତେର ବର୍ଷ ବିତିଗଲାଣି କିନ୍ତୁ ସେ ରାସ୍ତା ସେହିଭଳି ପଡି ରହିଛି I ଏପଟେ ଗ୍ରାମବାସୀ ସେହି ରାସ୍ତାରେ ନିର୍ଭରଶୀଳ ହେଇଥିବା ବେଳେ ଅସରାଏ ବର୍ଷା ହେଲେ କାଦୁଅ ପଚପଚ ସହିତ ଆଣ୍ଠିଏ ପାଣିରେ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ I ଏନେଇ 2019 ରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଗ୍ରାମବାସୀ ଏବଂ ତୁରନ୍ତ ରାସ୍ତା ର ପୁନଃ ନିର୍ମାଣ ପାଇଁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ୟା ମଧ୍ୟରେ କୌଣସି ଅଗ୍ରଗତି ହେଇପାରିନାହିଁ I
ସାଧାରଣ ରେ ଚର୍ଚା ହେଉଛି କାମ ନେଇଥିବା ଠିକା ସଂସ୍ଥା ଜୈନିକ ନେତା ଙ୍କ ଆତ୍ମୀୟ ଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ବିଭାଗ କୁ ଚୁପ ରହିବାକୁ ପଡିଛି କିନ୍ତୁ ସମସ୍ୟା ଭୋଗୁଛନ୍ତି ଗାଁ ବାସି ,ଏନେଇ ସ୍ଥାନୀୟ ପ୍ରସାଶନ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I ତେବେ ଯଥାଶୀଘ୍ର ରାସ୍ତା ଟିକୁ ଶେଷ କରିବାକୁ ଗାଁ ବାସି ନିବେଦନ କରିଛନ୍ତି I