ବୃଦ୍ଧା ଶାଶୁ ଶଶୁର ଙ୍କୁ ବିଜେଡି ନାରୀ ନେତ୍ରୀ ମାଡ ମାରି ଘରୁ ବାହାର କରିଦେଇଥିବା ଅଭିଯୋଗ

ବୃଦ୍ଧାବସ୍ଥା ରେ ବାପା ମା ଭାବିଥାନ୍ତି ସେମାନଙ୍କର ସନ୍ତାନ ସାହାରା ହେବେ ,କିନ୍ତୁ ସାହାରା ତ ଦୂରର କଥା ବୃଦ୍ଧାବସ୍ଥା ରେ ବୋହୁ ଶାଶୁ ଶଶୁର ଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଉଥିବାର ଅନେକ ଖବର ଆସୁଛି ,ତେବେ ରାଜଧାନୀ ର ଜଣେ ନାରୀ ନେତ୍ରୀ ଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ I ବିଜେଡି ନାରୀ ନେତ୍ରୀ ସଂଯୁକ୍ତା ମହଲ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି ତାଙ୍କ ଶାଶୁ ଶଶୁର I ଏକ ପ୍ରେସ ମିଟ କରି ବୃଦ୍ଧା ଶାଶୁ ଶଶୁର ବଖାଣିଛନ୍ତି ସେମାନଙ୍କର ଦୁଃଖ I

ତାଙ୍କ ବୋହୁ ସଂଯୁକ୍ତା ବିଜେଡି ର ଜଣେ ନାରୀ ନେତ୍ରୀ ହେଇଥିବା ବେଳେ ତାଙ୍କୁ ବହୁତ ହଇରାଣ କରୁଛନ୍ତି ଏପରିକି ତାଙ୍କୁ ଘରୁ ମାଡ ମାରି ବାହାର କରିଦେଇଛନ୍ତି ,ପୂର୍ବରୁ 2019 ମସିହା ରେ ଏନେଇ ସେ ଥାନାରେ ଏତଲା ଦେଲାପରେ ବୋହୁ ମଧ୍ୟ ପାଲଟା ଏତଲା ଦେଇ ପାୱାର ଦେଖାଇ ତାଙ୍କୁ ଗିରଫ କରେଇଥିବା କୋହଭରା କଣ୍ଠରେ କହିଛନ୍ତି ଶାଶୁ ଶଶୁର I ଅପରପକ୍ଷରେ ବୋହୁ ସଂଯୁକ୍ତା ଏକ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ତାଙ୍କ ଶାଶୁ ଶଶୁର ତାଙ୍କୁ ନିର୍ଯାତନା ଦେଉଥିଲେ ଏପରିକି ତାଙ୍କ ଏକ ଗର୍ଭସ୍ଥ ସନ୍ତାନ କୁ ନଷ୍ଟ କରିଦେଇଥିଲେ ଯେଉଁଥିପାଇଁ ସେ ଆଇନ ର ଦ୍ୱାରସ୍ଥ ହେଇଥିଲେ ,ଘଟଣା ବିଚାରାଧୀନ ଥିବାରୁ ଏନେଇ ସେ ଅଧିକ କିଛି କହିବାକୁ ଚାଁହୁନାହାନ୍ତି I

Leave a Reply

Your email address will not be published. Required fields are marked *