ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ଖୁବ୍ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଅନିଲ ବୈଜଲ କରୋନା ଉପରେ ଅଙ୍କୁଶ ଲଗାଇବା ପାଇଁ ବୁଧବାର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହ ଏକ ବୈଠକ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଦିଲ୍ଲୀର ଗ୍ରାମୀଣ ଅଞ୍ଚଳରେ ଚିକିତ୍ସାକୁ ଆହୁରି ସୁଦୃଢ କରାଯିବ। ଖୁବ୍ ଶୀଘ୍ର ଏକ ହେଲଫ ଲାଇନ୍ ନମ୍ବର ଜାରି କରିଦିଆଯିବ। ଏହାଦ୍ବାରା କୋଭଡ୍-୧୯ ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ ଯାଞ୍ଚ କରି ହେବ। ଏପରିକି ଘରେ ବସି ଫୋନ୍ କଲେ ଘରେ ହିଁ ଟେଷ୍ଟିଂ ସୁବିଧା ପାଇପାରିବେ।
ବରିଷ୍ଠ, ନାଗରିକ, ମହିଳା ଓ ଶିଶୁଙ୍କୁ ଦୃଷ୍ଟିରେ ରଖି ଏହି ଯାଞ୍ଚ ସୁବିଧା ମିଳିପାରେ। ଅନ୍ୟ ବିକଳ୍ପ ହେଉଛି ଯେ, ଲୋକମାନେ ହେଲପଲାଇନ୍ ନମ୍ବରରେ ଫୋନ୍ କରି ପାଖ କେନ୍ଦ୍ରରୁ ଯାଞ୍ଚ ବୁକିଂ କରିନିଅନ୍ତୁ। ଯଦି କୌଣସି ବ୍ୟକ୍ତି ପାଖ କେନ୍ଦ୍ରରେ କୋଭିଡ୍-୧୯ ଯାଞ୍ଚ କରିବାର ଚୟନ କରେ ତେବେ ତାଙ୍କୁ ଏକ ସ୍ବତନ୍ତ୍ର ସମୟ ଦିଆଯିବ। ଯାହାଫଳରେ ତାଙ୍କୁ ଆଉ ଲମ୍ବା ଲାଇନରେ ଠିଆ ହେବାକୁ ପଡିବନି।